ଅକ୍ଟୋବର ପହିଲାରୁ ଏଲ୍ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ପାଇଁ ଇ-କେୱାଇସି ଅନିବାର୍ଯ୍ୟ
ନୂଆଦିଲ୍ଲୀ: ଅକ୍ଟୋବର ପହିଲାରୁ ସବ୍ସିଡିରେ ମିଳୁଥିବା ଏଲ୍ପିଜି ସିଲିଣ୍ଡର ବୁକିଂ ଜାରି ରଖିବା ଲାଗି ବାୟୋମେଟ୍ରିକ ପ୍ରମାଣନ ବା ଇ-କେୱାଇସି ଅନିବାର୍ଯ୍ୟ କରାଯାଇଛି । ଏହା ନ କଲେ ସିଲିଣ୍ଡର ଉପରେ ମିଳୁଥିବା ୨୧୦ ଟଙ୍କାର ସବ୍ସିଡି ମିଳିବ ନାହିଁ । ପେଟ୍ରୋଲିୟମ ମନ୍ତ୍ରଣାଳୟ ମୁତାବକ, ଜାଲ୍ ହିତାଧିକାରୀଙ୍କୁ ସଂଯୋଗ ବନ୍ଦ କରିବା ଏବଂ ଠିକ୍ ଲୋକଙ୍କୁ ସବ୍ସିଡି ଯୋଗାଣ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି । ୧୯ ସେପ୍ଟେମ୍ବର ସୁଦ୍ଧା ୨୭.୪୩ କୋଟି ସକ୍ରିୟ ଘରୋଇ ଏଲ୍ପିଜି ଉପଭୋକ୍ତା (୮୯.୯%) ଇ-କେୱାସି ପୂରଣ ହୋଇଛି । ଏହି ଉପଭୋକ୍ତାମାନେ ବିନା ପ୍ରତିବନ୍ଧକରେ ଏଲ୍ପିଜି ଭରି ପାରିବେ । ଯେଉଁ ଉପଭୋକ୍ତାଙ୍କ ଇ-କେୱାଇସି ବାକି ରହିଛି ଇ-କେୱାଇସି କରାଇବା ପରେ ହିଁ ସବ୍ସିଡି ଭିତ୍ତିକ ସେବା ମିଳିବ ।
ବାୟୋମେଟ୍ରିକ ପ୍ରମାଣନ ନ କରାଇଥିଲେ ମଧ୍ୟ ଏଲ୍ପିଜି ମିଳିବ । ମାତ୍ର ସବ୍ସିଡି ଲାଗି ଯୋଗ୍ୟ ବିବେଚିତ ହେବେନି ହିତାଧିକାରୀ । ଇ-କେୱାଇସି ଲାଗି ଜୁଲାଇ ୩୧, ୭ ଅଗଷ୍ଟ, ୧୫ ଅଗଷ୍ଟ, ୨୩ ଅଗଷ୍ଟ, ୩୧ ଅଗଷ୍ଟ, ୭ ସେପ୍ଟେମ୍ବର ଏବଂ ଶେଷରେ ୧୪ ସେପ୍ଟେମ୍ବରକୁ ବୃଦ୍ଧି କରାଯାଇଥିଲା ।
Powered by Froala Editor