୭୨ ଘଣ୍ଟାରେ ହ୍ୟାକ୍ କରିଥିଲେ ୩ ଭାରତୀୟ
କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଟୁଲ୍ ଚାଟ୍ଜିପିଟିର ନିର୍ମାତା ଓପନ୍ଏଆଇକୁ ତିନି ଜଣ ଭାରତୀୟ ବଂଶୋଦ୍ଭବ ଗତ ଜୁଲାଇରେ ହ୍ୟାକ୍ କରିଥିଲେ। ସେମାନେ ହେଉଛନ୍ତି ସାଇବର ନିରାପତ୍ତା ଗବେଷକ ହର୍ଷ ଜୟସ୍ବାଲ, ମୋହନ ପେଢ଼ାପତି ଓ ରାହୁଲ ମଇନି। ଓପନଏଆଇର ପ୍ରତିଦ୍ବନ୍ଦ୍ବୀ ସଂସ୍ଥା ଆନ୍ଥ୍ରୋପିକ୍ର ଏଆଇ ଟୁଲ୍ କ୍ଲାଉଡ୍କୁ ବ୍ୟବହାର କରି ସେମାନେ ଏହି ହ୍ୟାକ୍ କରିଥିଲେ। ସେମାନେ ହାକାଥନ ଏଆଇ ନାମକ ଷ୍ଟାର୍ଟଅପ୍ରେ କାମ କରୁଛନ୍ତି।
୩ ଭାରତୀୟ ବଂଶୋଦ୍ଭବ ଓପନଏଆଇ ସଫ୍ଟୱେରରେ ଥିବା ଦୁର୍ବଳତା ଚିହ୍ନଟ କରି ତାହା ଜରିଆରେ କମ୍ପାନିର କର୍ମଚାରୀଙ୍କ ଆକାଉଣ୍ଟ ହାସଲ କରିଥିଲେ। ଏହା ଏକ ସ୍ବୀକୃତିପ୍ରାପ୍ତ ହ୍ୟାକିଂ ଥିଲା । ସେହି ଆକାଉଣ୍ଟ ଜରିଆରେ ସେମାନେ ଓପନଏଆଇ ସିଷ୍ଟମରେ ପ୍ରବେଶ କରି ତାହାର ବ୍ୟକ୍ତିଗତ ଗିଟ୍ହବ୍ ପର୍ଯ୍ୟନ୍ତ ପ୍ରବେଶ କରିବାରେ ସଫଳ ହୋଇଥିଲେ। ଓପନଏଆଇର ବ୍ୟକ୍ତିଗତ ରିପୋଜିଟୋରିରେ ପହଞ୍ଚିବାକୁ ସେମାନେ ୭୨ ଘଣ୍ଟା ସମୟ ନେଇଥିଲେ। ସେମାନେ ଧରିଥିବା ତ୍ରୁଟିକୁ ପରବର୍ତ୍ତୀ ସମୟରେ ଓପନଏଆଇ ସୁଧାରିଥିଲା ଓ ସେମାନଙ୍କୁ ପୁରସ୍କାର ସ୍ବରୂପ ୫.୫ ଲକ୍ଷ ଟଙ୍କା ଦେଇଥିଲା। ଏହି ପରୀକ୍ଷା ସମୟରେ ୩ ଭାରତୀୟ ବଂଶୋଦ୍ଭବ ଏଆଇ ଟୋକନରେ ଅଢ଼େଇ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ।
Powered by Froala Editor