Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, October 11, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଝିଅର ଚିକିତ୍ସା କରିପାରିଲାନି ମା’, ...

  • ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ...

  • ୫ ବର୍ଷର ଝିଅକୁ ଅପହରଣ ପରେ ହତ୍ୟା

  • ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ...

  • ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ...

  • ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ...

  • କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା: ...

  • ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ...

  • ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ...

  • ଆମେରିକାରେ କାମ କରୁଥିବା ବିଦେଶୀ ...

ରାଜନୀତି
Home ›› ରାଜନୀତି ››ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ – ନବୀନ ପଟ୍ଟନାୟକ

ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ – ନବୀନ ପଟ୍ଟନାୟକ

2026-09-21 13:47:21
15327
Share:
Facebook
Twitter
E-Mail
WhatsApp
Telegram
ପାଠ୍ୟ ପୁସ୍ତକରେ ତ୍ରୁଟି ପାଇଁ ଉତ୍ତରଦାୟୀତ୍ୱ ନେଇ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବା ଉଚିତ୍‌ – ନବୀନ ପଟ୍ଟନାୟକ

ଭୁବନେଶ୍ୱର, ତା 21.09.26 ରିଖ : ବିଜୁ ଜନତା ଦଳ ବିଧାୟକ ଦଳ ବୈଠକ ଆଜି ଶଙ୍ଖ ଭବନରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଧାୟକ ମାନଙ୍କୁ ସମ୍ବୋଧିତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ରାଜ୍ୟରେ ବିଜେପି ସରକାର ଆସିବାର ଇତି ମଧ୍ୟରେ ଦୁଇ ବର୍ଷରୁ ଅଧିକ ସମୟ ବିତି ଗଲାଣି । କିନ୍ତୁ ଯେଉଁ ପରିବର୍ତ୍ତନର ନାରା ଦେଇ ସେମାନେ କ୍ଷମତାକୁ ଆସିଥିଲେ, ତାହା କେହି ଅନୁଭବ କରିପାରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ସରକାର ସବୁ କ୍ଷେତ୍ରରେ ବିଫଳ ହୋଇଛି । ବିଫଳତା ଏ ସରକାରର Hallmark ହୋଇଯାଇଛି ।  କେବଳ ସରକାରୀ ଅର୍ଥ ଅପବ୍ୟୟ କରି ଗୁଡାଏ ମିଥ୍ୟା ପ୍ରଚାର କରାଯାଉଛି । ଆଇନ ଶୃଙ୍ଖଳାଠାରୁ ଆରମ୍ଭ କରି ବନ୍ୟା ପରିଚାଳନାରେ ବିଫଳତା, ଦରବୃଦ୍ଧି, ଆର୍ଥିକ କୁପରିଚାଳନା, ବଜେଟ୍‌ ଅର୍ଥ ଖର୍ଚ୍ଚ କରି ନ ପାରିବା ଆଦି ବିଭିନ୍ନ ପ୍ରସଙ୍ଗ ରହିଛି । 

ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ ମୁଖ୍ୟତଃ ପାଠ୍ୟ ପୁସ୍ତକରେ ତୃଟି, MMDR ସଂଶୋଧନ, ଦରବୃଦ୍ଧି ଓ ଚାଷୀଙ୍କ ସମସ୍ୟା ଉପରେ ବିଧାନ ସଭାରେ ବିଶେଷ Focus କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ ।

ସେ କହିଥିଲେ ଯେ ସଂସଦରେ MMDR ସଂଶୋଧନ ଆଇନ ବିନା ଆଲୋଚନାରେ ତରବରିଆ ଭାବରେ ଗୃହିତ ହୋଇଗଲା । କିନ୍ତୁ ଆମ ଓଡିଶାରୁ ଯାଇଥିବା ୨୦ ଜଣ ଯାକ ସଂସଦ କେହି ରାଜ୍ୟର ସ୍ୱାର୍ଥ ପାଇଁ ପାଟି ନ ଫିଟାଇବା ଅତ୍ୟନ୍ତ ବେଦନା ଦାୟକ । MMDR ସଂଶୋଧନ ଆଇନ ଆମର ଜମି ଉପରୁ, ଆମର ପ୍ରାକୃତିକ ସଂପଦ ଉପରୁ ଆମର ଅଧିକାର ଛଡାଇ ନେବା ସହିତ ଯୁବ ସମାଜର ସ୍ୱପ୍ନକୁ ଧ୍ୱଂସ କରାଯାଇଛି । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ପତ୍ର ଲେଖିଥିଲେ ମଧ୍ୟ କିଛି ଫଳ ହେଲା ନାହିଁ । ଏହି ଘଟଣାରେ ବିଜେଡି କେବଳ ନୀରବ ଦର୍ଶକ ହୋଇ ନ ରହି ରାଜ୍ୟର ଅଧିକାର ଫେରାଇ ଆଣିବା ପାଇଁ ଲଢେଇ କରିବ ବୋଲି ସ୍ପଷ୍ଟ ସୂଚନା ଦେଇଥିଲେ ।

ପାଠ୍ୟ ପୁସ୍ତକ ତୃଟି ଉପରେ ଆଲୋକପାତ କରି ଶ୍ରୀ ପଟ୍ଟନାୟକ କହିଥିଲେ ଯଦି ଶିକ୍ଷା ବ୍ୟବସ୍ଥା ନଷ୍ଟ ହୋଇଯାଏ ତେବେ ଦେଶର ଭବିଷ୍ୟତ ନଷ୍ଟ ହୋଇଯାଏ । ପାଠ୍ୟ ପୁସ୍ତକରେ ତୃଟିକୁ ଏକ ବିରାଟ ଭୁଲ ଭାବରେ ବର୍ଣ୍ଣନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହା ଏକ ଅପରାଧିକ ତୃଟି । ତେଣୁ ସରକାରଙ୍କୁ ଏଥିପାଇଁ ଉତ୍ତରଦାୟୀତ୍ୱ ନେବାକୁ ପଡିବ ଏବଂ ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବାକୁ ପଡିବ । 

ଚାଷୀମାନଙ୍କ ସମସ୍ୟା ଉପରେ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜେପି ସରକାର ଅମଳରେ ରାଜ୍ୟର ଚାଷୀ ମାନେ ସବୁଠାରୁ ଅଧିକ ନିଷ୍ପେସିତ ହୋଇଛନ୍ତି । ଠିକ୍‌ ସମୟରେ ସାର ମିଳୁନି, ବିହନ ମିଳୁନି, ଧାନ ଉଠୁନି । ଡବଲ ଇଞ୍ଜିନ ସରକାର ଥାଇ ମଧ୍ୟ FCI ଧାନ ନେଉନାହିଁ । ଏଭଳି ଅବ୍ୟବସ୍ଥାକୁ ଆମେ ନୀରବରେ ସହ୍ୟ କରିପାରିବୁ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ଚେତାଇ ଦେଇଥିଲେ । ଦରବୃଦ୍ଧି ପ୍ରସଙ୍ଗରେ ସରକାରଙ୍କ ବିଫଳତାରେ ଶ୍ରୀ ପଟ୍ଟନାୟକ ଉଦ୍‌ବେଗ ପ୍ରକାଶ କରିବା ସହ ନିକଟରେ UPI Payment ଉପରେ MDR ଲାଗୁ କରାଯିବା ଦ୍ୱାରା ସାଧାରଣ ଲୋକ ଓ ଛୋଟ ବ୍ୟବସାୟୀମାନେ ଅଧିକ କ୍ଷତିଗ୍ରସ୍ତ ହେବେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରି ଏଥିପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା ଏବଂ MDR ଉପରେ ସ୍ପଷ୍ଟତା ଆସିବା ଉପରେ ଗୁରୁତ୍ୱ ଦେଇଥିଲେ । 

ଭୋଟର ତାଲିକାର Special Intensive Revision (SIR) ଉପରେ ଆଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବହୁ ସଂଖ୍ୟକ ଯୋଗ୍ୟ ଭୋଟରଙ୍କ ନାମ କଟିଯିବା ଏକ ଗୁରୁତର ବିଷୟ ଏବଂ ବିଜୁ ଜନତା ଦଳ ଭୋଟରଙ୍କୁ ନ୍ୟାୟ ଦେବା ପାଇଁ ତାର ଲଢେଇ ଜାରୀ ରଖିବ ।  

ମୋଟ୍‌ ଉପରେ ବିଜେପି  ସରକାର ଲୋକଙ୍କୁ ସେବା ଯୋଗାଇବାରେ ବିଫଳ ହୋଇଛି । ତେଣୁ ବିରୋଧୀ ଦଳ ଭାବରେ ଡବଲ ଇଞ୍ଜିନ ସରକାରଙ୍କ ବିଫଳତା ବିଷୟରେ ଲୋକଙ୍କୁ ସଚେତନ କରାଯିବ ବୋଲି ସେ କହିଥିଲେ।

Powered by Froala Editor

Tags BJD, Naveen Patnaik

Related articles Odisha News Lens 4.1

  • ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ଡାକରା
    ଦେଶ-ଦେଶାନ୍ତର

    ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ଡାକରା

    13288
    Oct 11, 2026
  • ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ
    ଦେଶ-ଦେଶାନ୍ତର

    ଆମେରିକାରେ କାମ କରୁଥିବା ବିଦେଶୀ କର୍ମଚାରୀଙ୍କୁ ‘ଗୋତି ଶ୍ରମିକ’ କହିଲେ ଜେଡି ଭାନ୍ସ

    15625
    Oct 10, 2026
  • ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ
    ଦେଶ-ଦେଶାନ୍ତର

    ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

    15172
    Oct 11, 2026
  • ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ, ଦୁଇ ଗିରଫ
    ଦେଶ-ଦେଶାନ୍ତର

    ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ, ଦୁଇ ଗିରଫ

    13395
    Oct 11, 2026
  • ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ସର୍ବୋଚ୍ଚ ରେଟିଂ
    ଦେଶ-ଦେଶାନ୍ତର

    ଅଯୋଧ୍ୟା ରାମ ମନ୍ଦିର ପ୍ରସାଦକୁ ସର୍ବୋଚ୍ଚ ରେଟିଂ

    13949
    Oct 11, 2026
  • ଝିଅର ଚିକିତ୍ସା କରିପାରିଲାନି ମା’, ହ୍ରଦକୁ ଠେଲିଦେଲା
    ଦେଶ-ଦେଶାନ୍ତର

    ଝିଅର ଚିକିତ୍ସା କରିପାରିଲାନି ମା’, ହ୍ରଦକୁ ଠେଲିଦେଲା

    13745
    Oct 11, 2026
  •  କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା: ଜିପିଆଇଏଲ୍‌ରେ ପ୍ରବର୍ତ୍ତନ ...
    ଦେଶ-ଦେଶାନ୍ତର

    କୋଟିକୋଟି ଟଙ୍କାର ବ୍ୟାଙ୍କ ଠକେଇ ମାମଲା: ଜିପିଆଇଏଲ୍‌ରେ ପ୍ରବର୍ତ୍ତନ ...

    14432
    Oct 11, 2026
  • ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ
    ଦେଶ-ଦେଶାନ୍ତର

    ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ

    15546
    Oct 11, 2026
  • ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର ...
    ଦେଶ-ଦେଶାନ୍ତର

    ଡାକ୍ତର ଓ ହସ୍ପିଟାଲ ପାଇଁ କଡ଼ା ନିୟମ, ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର ...

    13751
    Oct 11, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ, ଦୁଇ ଗିରଫ

    13395
    Oct 11, 2026
  • ଦେଶ-ଦେଶାନ୍ତର

    ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ଡାକରା

    13288
    Oct 11, 2026
  • ଦେଶ-ଦେଶାନ୍ତର

    ପାକିସ୍ତାନର ପରମାଣୁ ଆକ୍ରମଣ ଧମକ ଆଗରେ ଆଦୌ ମୁଣ୍ଡ ନୁଆଁଇବ ନାହିଁ : ଭାରତ

    15546
    Oct 11, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17171
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17861
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17818
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18235
    Sep 06, 2023

ବିଶେଷ

  • ମୂଳାଷ୍ଟମୀ କାହିଁକି ହୁଏ ପାଳନ, କ'ଣ ରହିଛି ତାତ୍ପର୍ଯ୍ୟ ଜାଣନ୍ତୁ.....

    14494
    Oct 06, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14600
    Oct 04, 2026
  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15607
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14280
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    16017
    Sep 23, 2026

ବାଣିଜ୍ୟ

ବେଦାନ୍ତ ଆଲୁମିନିୟମ ୧୦୦ରୁ ଅଧିକ ଏସ୍ଏଚ୍‍ଜି ମହିଳାମାନଙ୍କୁ ଲାଞ୍ଜିଗଡ଼ରେ ମାଣ୍ଡିଆ ଭିତ୍ତିକ ଉଦ୍ୟୋଗୀ ସୁବିଧା ଯୋଗାଇ ଦେଇଛି

ଭୁବନେଶ୍ୱର : ଓଡ଼ିଶାର ଗ୍ରାମାଞ୍ଚଳରେ ମହିଳାମାନେ ପାରମ୍ପରିକ କୌଶଳ ଏବଂ ସ୍ଥାନୀୟ ଉତ୍ପାଦକୁ ଅର୍ଥପୂର୍ଣ୍ଣ ଜୀବିକା ସୁଯୋଗରେ ରୂପାନ୍ତରିତ କରୁଛନ୍ତି। ମହିଳା ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ଏବଂ ଓଡ଼ିଶାରେ ଗ୍ରାମୀ ...

  • ଡଲାର ତୁଳନାରେ ଟଙ୍କା ବିନିମୟ ଦୁର୍ବଳ

    15795
    Oct 08, 2026
  • ରେପୋ ରେଟ୍‌ ୨୫ ବେସିସ୍‌ ପଏଣ୍ଟ ବୃଦ୍ଧି

    15024
    Oct 08, 2026
  • ବେଦକ୍ଷତା : ଗ୍ରାମାଞ୍ଚଳର ଯୁବକମାନଙ୍କ ପାଇଁ ଜୀବିକା ନିର୍ବାହର ମାର୍ଗ ସୃଷ୍ଟି କରୁଛି

    15548
    Oct 06, 2026
  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    14024
    Oct 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ୮.୯୮ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ, ଦୁଇ ଗିରଫ

    13395
    Oct 11, 2026
  • ଯାତ୍ରୀଙ୍କ ପାୱାରବ୍ୟାଙ୍କରେ ନିଆଁ ଲାଗିବାରୁ ଜରୁରୀ ଅବତରଣ କଲା ଇଣ୍ଡିଗୋ ବିମାନ

    15172
    Oct 11, 2026
  • ମଣିପୁର ହିଂସାରେ ୫ ମୃତ, ୨୪ ଘଣ୍ଟିଆ ବନ୍ଦ ଡାକରା

    13288
    Oct 11, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In