ଝିଅର ଚିକିତ୍ସା କରିପାରିଲାନି ମା’, ହ୍ରଦକୁ ଠେଲିଦେଲା
ସ୍ବାମୀ ଛାଡି ପଳାଇବା ପରେ ହାଇଦ୍ରାବାଦ ସହରରୁ ଆସିଥିବା ଏ ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି । ବିଚଳିତ କରିଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମା ମାନସିକ ଭାବେ ହେଉ କିମ୍ବା ସ୍ୱାର୍ଥପର ଭାବେ ନିଜ ଝିଅକୁ ହ୍ରଦକୁ ଠେଲିଦେଇ ମାରିଦେବାକୁ ଚେଷ୍ଟା କରୁଥିଲା । ଏତିକିବେଳେ ଜଣେ ଅଟୋ ଡ୍ରାଇଭର ଝିଅଟିର ଜୀବନ ବଞ୍ଚାଇଛି ।
ଅଭିଯୁକ୍ତ ମହିଳାଙ୍କ ନାଁ ଶବାନା । ସ୍ବାମୀ ଛାଡି ପଳାଇବା ପରେ ନିଜର ଦୁଇ ଝିଅଙ୍କୁ ଧରି ସେ ଏକୁଟିଆ ରହୁଥିଲେ । ପର ଘରେ କାମ କରି ପିଲାଙ୍କ ପେଟ ପୋଷୁଥିଲେ । ହେଲେ କିଛି ଦିନ ତଳେ ତାଙ୍କର ୬ ବର୍ଷର ଶିଶୁକନ୍ୟା ଅନ୍ତଃନଳୀ ସଂକ୍ରମଣରେ ପୀଡିତ ହୋଇଥିଲା । ଅଭାବ ଅନଟନ ଭିତରେ ଝିଅର ଚିକିତ୍ସା ଖର୍ଚ୍ଚ ଉଠାଇ ପାରିନଥିଲେ ଶବାନା ।
ଦୁଃଖ, ଯନ୍ତ୍ରଣା, ନିରାଶା ଭିତରେ ଆଉ ଝିଅର କଷ୍ଟ ଦେଖି ବି ସହି ପାରୁନଥିଲେ । ଶେଷରେ ଗତ ଗୁରୁବାର ସେ ନିଜ ଝିଅକୁ ହୁସେନ୍ ସାଗର ହ୍ରଦକୁ ଠେଲି ଦେଇଥିଲେ। ହ୍ରଦ କୂଳରେ ଠିଆ ହୋଇଥିବା ଜଣେ ଅଟୋ ଡ୍ରାଇଭର ଯେତେବେଳେ ଛୁଆଟିକୁ ପାଣିରେ ପଡ଼ିବାର ଦେଖିଲେ, ସେ ନିଜ ଜୀବନକୁ ବାଜି ଲଗାଇ ଗଭୀର ପାଣିକୁ ଡେଇଁପଡ଼ିଲେ ଆଉ ପିଲାଟିକୁ ବଞ୍ଚାଇଦେଲେ । ବର୍ତ୍ତମାନ ଶିଶୁକନ୍ୟାଟିର ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି।
Powered by Froala Editor