ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି
ରେପୋ ରେଟ୍ ୨୫ ବେସିସ୍ ପଏଣ୍ଟ ବୃଦ୍ଧି କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ୪ ବର୍ଷ ପରେ ୫.୨୫%ରୁ ବୃଦ୍ଧି ପାଇ ୫.୫୦% ହୋଇଛି ରେପୋ । ୪୪ ମାସ ପରେ ସୁଧହାର ବୃଦ୍ଧି କରିଛି ଆରବିଆଇ ଏମପିସି । ଏହି ବୃଦ୍ଧି ପରେ ସାଧାରଣ ଲୋକଙ୍କ ଋଣ ଇଏମଆଇ ବୃଦ୍ଧି ପାଇବ । ଏଣିକି ମହଙ୍ଗା ହେବ ଘର ଓ କାର୍ ଋଣ । ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି ଯେ, ଏମପିସି ଦେଖିଛି ଯେ ଭୌଗୋଳିକ ବିକାଶ ହେତୁ ବିଶ୍ୱ ପରିବେଶ ଚ୍ୟାଲେଞ୍ଜିଂ ରହିଛି । ଏହା ସତ୍ତ୍ୱେ, ଭାରତୀୟ ଅର୍ଥବ୍ୟବସ୍ଥା ସୁଦୃଢ଼ ରହିଛି ଏବଂ ଆର୍ଥିକ ଗତି ବଜାୟ ରହିଛି । ଶେଷ ଥର ପାଇଁ ଫେବୃଆରୀ ୨୦୨୩ ରେ ରେପୋ ରେଟ୍ ବୃଦ୍ଧି କରାଯାଇଥିଲା ।
ରେପୋ ରେଟ୍ ହେଉଛି ସେହି ସୁଧ ହାର ଯେଉଁଥିରେ ଏକ ବ୍ୟାଙ୍କକୁ ଆରବିଆଇ ଦ୍ୱାରା ଋଣ ଦିଆଯାଏ। ଏହା ବ୍ୟତୀତ ରିଭର୍ସ ରେପୋ ରେଟ୍ ହେଉଛି ସେହି ହାର ଯେଉଁଥିରେ ଆରବିଆଇ ଜମା ଉପରେ ବ୍ୟାଙ୍କଗୁଡିକୁ ସୁଧା ଦେଇଥାଏ । ରିଜର୍ଭ ବ୍ୟାଙ୍କ ପକ୍ଷରୁ ରେପୋ ରେଟ୍ ବୃଦ୍ଧି କରିବା ଦ୍ୱାରା ବ୍ୟଙ୍କଗୁଡିକ ଉପରେ ବୋଝ ବୃଦ୍ଧି ପାଇଥାଏ । ଅର୍ଥାତ ଋଣ ମୂଲ୍ୟ ବୃଦ୍ଧି କରି ଏବଂ ଇଏମଆଇ ବୃଦ୍ଧି କରି ବ୍ୟାଙ୍କୁଗୁଡିକୁ ସେମାନଙ୍କ ଗ୍ରାହକଙ୍କୁ ଏହା ପ୍ରଦାନ କରନ୍ତି ।
ଯେତେବେଳ ଖୁଚୁରା ମୁଦ୍ରାସ୍ଫୀତି ତୀବ୍ର ବୃଦ୍ଧି ପାଏ, ସେତେବେଳେ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ବୃଦ୍ଧି କରି ଋଣକୁ ମହଙ୍ଗା କରିବାକୁ ଚେଷ୍ଟା କରିଥାଏ । ଏହା ଅର୍ଥନୀତିରେ ଚାହିଦା ହ୍ରାସ କରିବାରେ ସାହାଯ୍ୟ କରେ ।
Powered by Froala Editor