ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା
ଆସାମ, ଉତ୍ତରପ୍ରଦେଶ ଠାରୁ ଆରମ୍ଭ କରି ଦିଲ୍ଲୀ-ଏନସିଆର୍ ଏବଂ ଉତ୍ତରାଖଣ୍ଡ ପର୍ଯ୍ୟନ୍ତ ଭୂମିକମ୍ପ କାରଣରୁ ଲୋକଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଭୂକମ୍ପର ତୀବ୍ରତା ୪.୯ ରହିଥିବା ରେକର୍ଡ ହୋଇଛି। ରାତିପ୍ରାୟ ୧୦ଟା ୨୩ ମିନିଟରେ ଉତ୍ତରାଖଣ୍ଡର ଚାମୋଲିରେ ଭୂକମ୍ପ ଅନୁଭୂତ ହୋଇଥିଲା। ସ୍ଥଳଭାଗରୁ ୧୩ କିଲୋମିଟର ଗଭୀରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି।
ଏହାର ପ୍ରଭାବରେ ଦିଲ୍ଲୀ ଏନସିଆର ସମେତ ଉତ୍ତର ଭାରତର ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ଝଟକା ଅନୁଭୂତ ହୋଇଛି। ତେବେ ଏଥିରେ କେହି ଆହତ ହେବାର ସ୍ପଷ୍ଟ ସୂଚନା ମିଳିପାରିନାହିଁ।
ଗତକାଲି ରାତି ପ୍ରାୟ ୧୦:୨୩ ମିନିଟ୍ ସମୟରେ ଉତ୍ତରାଖଣ୍ଡର ଚମୋଲି (ଜୋସୀମଠ ନିକଟସ୍ଥ) କେନ୍ଦ୍ର କରି ଏକ ପ୍ରଚଣ୍ଡ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା ୪.୯ ମାପ କରାଯାଇଥିଲା। ଏହି ଝଟ୍କା ଏତେ ଜୋର୍ ଥିଲା ଯେ ଚମୋଲି ବ୍ୟତୀତ ପୌଡ଼ୀ ଗଡ଼ୱାଲ, ଉଧମ ସିଂହ ନଗର, ହରିଦ୍ୱାର, ନୈନୀତାଲ ଏବଂ ରାଜଧାନୀ ଦିଲ୍ଲୀ ସମେତ ନୋଏଡା ଓ ଗାଜାବାଦ (ଏନସିଆର୍) ଅଞ୍ଚଳରେ ମଧ୍ୟ ଲୋକେ କମ୍ପନ ଅନୁଭବ କରିଥିଲେ। ଭୟଭୀତ ହୋଇ ଲୋକମାନେ ରାତିରେ ଘରୁ ବାହାରକୁ ବାହାରି ଆସିଥିଲେ।
Powered by Froala Editor