ଭେଟେରାନ ଆକ୍ଟର ‘ନାନା ପାଟେକର’ଙ୍କ ପରଲୋକ
୭୫ ବର୍ଷ ବୟସରେ ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୋଆର ଡୋନା ପାଉଲା ସ୍ଥିତ ବାସଭବନରେ ନାନା ପାଟେକର ଅଚେତ ଅବସ୍ଥାରେ ମିଳିଥିଲେ। ତାଙ୍କୁ ଡାକ୍ତରଖାନା ନିଆଯିବା ପରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ନାନା ପାଟେକର ସେହି ଅଭିନେତାମାନଙ୍କ ମଧ୍ୟରୁ ଜଣେ ଥିଲେ । ତାଙ୍କର ପ୍ରସିଦ୍ଧ ସଂଳାପ ମଧ୍ୟରେ ଥିଲା, "ମୁଁ ମୋ ମୃତ୍ୟୁର ଦୃଶ୍ୟ ଦେଖିବାକୁ ଆସିଛି..." । ଆଜି ଯେତେବେଳେ ନାନାଙ୍କ ଦେହାନ୍ତ ଖବର ଆସିଲା, ତାଙ୍କ ପ୍ରଶଂସକମାନେ ଶୋକରେ ବୁଡ଼ିଗଲେ । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି ଯେ, ନାନା ପାଟେକରଙ୍କ ଗଭୀରତା, ବ୍ୟକ୍ତିତ୍ୱ ଏବଂ ସ୍ୱତନ୍ତ୍ର ଉପସ୍ଥିତି ଖୁବ୍ କମ୍ ଅଭିନେତାଙ୍କ ପାଖରେ ଥିଲା । ସେ ପ୍ରତ୍ୟେକ ଭୂମିକାରେ ଉଲ୍ଲେଖନୀୟ ବିବିଧତା ଏବଂ ସୃଜନଶୀଳତା ପ୍ରଦର୍ଶନ କରିଥିଲେ । ଆଗାମୀ ପିଢ଼ି ପର୍ଯ୍ୟନ୍ତ ମନେ ରହିଲା ଭଳି ଚରିତ୍ରଗୁଡ଼ିକୁ ପରିବେଷଣ କରିଥିଲେ । ସେ ତାଙ୍କର ସ୍ପଷ୍ଟ ବିଚାରଧାରା ପାଇଁ ମଧ୍ୟ ପରିଚିତ ଥିଲେ । ହିନ୍ଦୀ ଓ ମରାଠି ସିନେମାରେ ତାଙ୍କର ମହତ୍ଵପୂର୍ଣ୍ଣ ଯୋଗଦାନ ଥିଲା । ଭଗବାନ ତାଙ୍କ ପରିବାର, ବନ୍ଧୁ ପରିଜନ ଏବଂ ଅଗଣିତ ପ୍ରଶଂସକଙ୍କୁ ଧର୍ଯ୍ୟ ଦିଅନ୍ତୁ । ଦିବଙ୍ଗତ ଆତ୍ମାକୁ ଶାନ୍ତି ମିଳୁ ।
ସୂଚନା ଅନୁଯାୟୀ, ତାଙ୍କୁ ଗୁରୁତର ହୃଦଘାତ (କାର୍ଡିଆକ ଆରେଷ୍ଟ) ହୋଇଥିଲା। ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, ହେଲେ ଶେଷରେ ସବୁ ଚେଷ୍ଟା ବିଫଳ ହୋଇଥିଲା।
Powered by Froala Editor