୨୦୨୭ ଜୁଲାଇରେ ଆସୁଛି ପ୍ରଥମ ଡେଙ୍ଗୁ ଟିକା
୨୦୨୭ରେ ଆସୁଛି ଦେଶର ପ୍ରଥମ ଡେଙ୍ଗୁ ଟିକା QDENGA। ଜାପାନୀ ଫାର୍ମା କମ୍ପାନୀ ଟାକେଡାର QDENGAକୁ ଜୁଲାଇ ୨୦୨୬ରେ CDSCO ଭାରତର ପ୍ରଥମ ଡେଙ୍ଗୁ ଟିକା ଭାବେ ମାର୍କେଟିଂ ଅନୁମତି ଦେଇଛି। ଡକ୍ଟର ରେଡ୍ଡିସ୍ ସହ ଚୁକ୍ତି ପରେ ଏହା ୨୦୨୭ର ପ୍ରଥମ ଅର୍ଦ୍ଧରେ ପ୍ରାଇଭେଟ୍ ବଜାରରେ ଉପଲବ୍ଧ ହେବା ଆଶା କରାଯାଉଛି। ଏହା ୪ରୁ ୬୦ ବର୍ଷ ବୟସ୍କଙ୍କ ପାଇଁ ଅନୁମୋଦିତ। ବିଶେଷ କଥା ହେଉଛି, ଟିକା ନେବା ପୂର୍ବରୁ ଡେଙ୍ଗୁ ହୋଇଥିଲା କି ନାହିଁ, ସେଥିପାଇଁ ସ୍କ୍ରିନିଂ ଆବଶ୍ୟକ ନାହିଁ।
QDENGA ହେଉଛି ଏକ ଲାଇଭ୍-ଆଟେନ୍ୟୁଏଟେଡ୍ ଟେଟ୍ରାଭାଲେଣ୍ଟ୍ ଭ୍ୟାକ୍ସିନ୍, ଅର୍ଥାତ୍ ଡେଙ୍ଗୁର ୪ଟି ସେରୋଟାଇପ୍—DENV-1, DENV-2, DENV-3 ଓ DENV-4 ବିରୋଧରେ ପ୍ରତିରୋଧକ୍ଷମତା ତିଆରି କରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ଟିକାର ୨ଟି ଡୋଜ୍ ଦିଆଯିବ, ଦୁଇ ଡୋଜ୍ ମଧ୍ୟରେ ୩ ମାସର ବ୍ୟବଧାନ ରହିବ। ପ୍ରତ୍ୟେକ ଡୋଜ୍ ୦.୫ ମିଲିଲିଟର।
ତେବେ ଟିକା ଆସିଲେ ବି ମଶା ନିୟନ୍ତ୍ରଣ, ଜମା ପାଣି ହଟାଇବା ଓ ମଶା କାମୁଡ଼ାରୁ ସୁରକ୍ଷା ଭଳି ପଦକ୍ଷେପ ଜାରି ରଖିବା ଦରକାର। କ୍ଲିନିକାଲ୍ ଟ୍ରାଏଲ୍ରେ ଦ୍ୱିତୀୟ ଡୋଜ୍ ପରେ ଗୋଟିଏ ବର୍ଷରେ ନିଶ୍ଚିତ ଡେଙ୍ଗୁ ବିରୋଧରେ ୮୦.୨% ଏବଂ ୧୮ ମାସରେ ଡେଙ୍ଗୁଜନିତ ହସ୍ପିଟାଲାଇଜେସନ୍ ବିରୋଧରେ ୯୦.୪% ଇଫେକ୍ଟ ଦେଖାଯାଇଛି।
Powered by Froala Editor