ଟୟେଲେଟ୍ ଯିବାବେଳେ ବଦଳାନ୍ତୁ ଏହିସବୁ ଅଭ୍ୟାସ
ଟୟେଲେଟ୍ ଯିବା ଆମର ନିତିଦିନିଆ ଅଭ୍ୟାସ। କିନ୍ତୁ ପ୍ରତିଦିନ ଟୟେଲେଟ୍ ଯିବାବେଳେ ଆମେ କେତେକ ଭୁଲ୍ କରିଥାଉ। ଯଦିଓ ଆପଣ ଟୟେଲେଟ୍ କରିବାବେଳେ କୈାଣସି କାରଣରୁ ଚିନ୍ତାରେ ଅଛନ୍ତି ,ଆପଣଙ୍କ ପେଟ ପରିଷ୍କାର ନାହିଁ କିମ୍ବା ଟୟେଲେଟ ବ୍ୟବହାର କରିବାବେଳେ କୈାଣସି ଧରଣର ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଏହା ନକରାତ୍ମକ ପ୍ରଭାବ ପକାଇବ। ଏଥିପାଇଁ ଆଜି ଆମେ ଜାଣିବା ସେହି ଭୁଲଗୁଡ଼ିକ ବିଷୟରେ ଯେଉଁଗୁଡ଼ିକଠାରୁ ଆମେ ଦୂରେଇ ରହିବା।
୧.ଦୀର୍ଘ ସମୟ ପର୍ୟ୍ୟନ୍ତ ଟୟେଲେଟରେ ବସି ରହିବା: ଅଧିକାଂଶ ଲୋକଙ୍କ ପାଇଁ ଟୟେଲେଟରେ ବସିବା ଆରାମଦାୟକ ହୋଇଥାଏ। କିନ୍ତୁ ଆପଣ ଯଦି ଦୀର୍ଘ ସମୟ ପର୍ୟ୍ୟନ୍ତ ଟୟେଲେଟରେ ବସି ରହୁଛନ୍ତି ତେବେ ଶିରା ଏବଂ ଧମନୀ ଫୁଲିପାରେ ଏବଂ ରକ୍ତସ୍ରାବର ଆଶଙ୍କା ସୃଷ୍ଟି ହୋଇପାରେ। ଗୋଟିଏ ସ୍ଥାନରେ ଦୀର୍ଘ ସମୟ ବସି ରହିବା ଫଳରେ ଆପଣଙ୍କ ଗୋଡ଼ ସହ ମଳକୋଷରେ ମଧ୍ୟ ଚାପ ପଡ଼ିଥାଏ ଯାହାଦ୍ବାରା ମଳକୋଷରେ ରକ୍ତସ୍ରାବ ହୋଇପାରେ।
୨.ଟୟେଲେଟରେ ଫୋନ୍ ନେଇଯିବା: ଆଧୁନିକ ଜୀବନଶୈଳୀରେ ମୋବାଇଲ୍ ଏକ ଏପରି ଅତ୍ୟାବଶ୍ୟକ ବସ୍ତୁ ପାଲଟିଗଲାଣି ଯେ ଲୋକମାନେ ଏହାକୁ ସମସ୍ତ ସ୍ଥାନକୁ ନିଜ ସାଙ୍ଗରେ ନେଇ ଯାଉଛନ୍ତି । ଏପରିକି ଟୟେଲେଟକୁ ମଧ୍ୟ। ଏହା ଏକ ଅତ୍ୟନ୍ତ ଖରାପ ଅଭ୍ୟାସ ଯାହା ଆମକୁ ତୁରନ୍ତ ପରିବର୍ତ୍ତନ କରିବା ଆବଶ୍ୟକ। ଟୟେଲେଟରେ ବିଭିନ୍ନ ପ୍ରକାର ଜୀବାଣୁ ଏବଂ ବ୍ୟାକ୍ଟେରିଆ ରହିଥାନ୍ତି ଯାହା ଆମ ସ୍ମାର୍ଟଫୋନରେ ଲାଗିଯାନ୍ତି। ଟୟେଲେଟରୁ ଆସିବା ପରେ ଆମେ ଆମ ହାତକୁ ଭଲଭାବେ ଧୋଇନେଇଥାଉ କିନ୍ତୁ ସ୍ମାର୍ଟଫୋନରେ ଲାଗିଥିବା ଜୀବାଣୁ ଫୋନ୍ ଜରିଆରେ ଆମ ଖାଦ୍ୟ ଏବଂ ଶରୀର ମଧ୍ୟକୁ ପ୍ରବେଶ କରିଥାଆନ୍ତି।
୩.ବେଶୀ ଜୋର ଲଗାଇବା: ଅଧିକାଂଶ ଲୋକମାନେ କୋଷ୍ଠକାଠିନ୍ୟ ସମସ୍ୟା ଭୋଗିଥାନ୍ତି ସେଥିପାଇଁ ତାଙ୍କୁ ମଳ ନିର୍ଗତ କରିବାକୁ ଜୋର ଲଗାଇବାକୁ ପଡ଼ିଥାଏ। ଏହା କରିବା ଅନୁଚିତ୍। ଏହା କରିବା ଦ୍ବାରା ଆପଣ ବହୁତ ଜୋରରେ ନିଃଶ୍ବାସ ନେଇଥାନ୍ତି ଯାହାଦ୍ବାରା ଆପଣଙ୍କ ଶିରାରେ ବହୁତ ବେଶୀ ଚାପ ପଡ଼ିଥାଏ ଏବଂ ଟିସୁ ଫାଟିବାର ଆଶଙ୍କା ରହିଥାଏ। ଯଦି ଆପଣଙ୍କୁ କୋଷ୍ଠକାଠିନ୍ୟର ସମସ୍ୟା ରହିଛି ତେବେ ଆପଣ ଅଧିକ ଫାଇବର ଖାଦ୍ୟରେ ଗ୍ରହଣ କରନ୍ତୁ,ପ୍ରଚୁର ମାତ୍ରାରେ ପାଣି ପିଅନ୍ତୁ ଏବଂ ବ୍ୟାୟାମ କରନ୍ତୁ।
ଟୟେଲେଟର ଢାଙ୍କୁଣୀ ବନ୍ଦ କରି ରଖିବା: ଯଦି ଆପଣ ଟୟେଲେଟ୍ ଖୋଲା ରଖି ଫ୍ଲାସ୍ କରୁଛନ୍ତି ତେବେ ଅସନା ପାଣି,ଏବଂ ଅନ୍ୟାନ୍ୟ ଦୂଷିତ ପଦାର୍ଥ ,ଜୀବାଣୁ ଏବଂ ବ୍ୟାକ୍ଟେରିଆ ଛିଟକି ଆପଣଙ୍କ ଉପରେ ପଡ଼ିଥାଏ। ଏହା ଦ୍ବାରା ଆପଣଙ୍କୁ ବିଭିନ୍ନ ପ୍ରକାର ସଂକ୍ରମଣ ଏବଂ ରୋଗ ହେବାର ଆଶଙ୍କା ଥାଏ। ତେଣୁ ସବୁବେଳେ ଏହାର ଢାଙ୍କୁଣୀ ବନ୍ଦ କରି ଫ୍ଲସ୍ କରନ୍ତୁ।
Powered by Froala Editor