ବିହାରର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ଇଣ୍ଟରକାଷ୍ଟ ମ୍ୟାରେଜ୍ କଲେ ମିଳିବ ୨.୫ ଲକ୍ଷ ଟଙ୍କା
SC/ST ବର୍ଗର ଯେଉଁ ମହିଳାମାନେ ଅନ୍ତଃଜାତୀୟ ବିବାହ କରିବେ, ସେମାନଙ୍କୁ ବିହାର ସରକାରଙ୍କ ପକ୍ଷରୁ ୨.୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଦିଆଯିବ। ବିହାରର ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ରାଜ୍ୟର ମହିଳା, ବିଶେଷକରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ମହିଳାଙ୍କ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି। କେବଳ ରାଜ୍ୟ ସରକାର ନୁହେଁ, କେନ୍ଦ୍ର ସରକାର ମଧ୍ୟ ଏଥିପାଇଁ ୨.୫ ଲକ୍ଷ ଟଙ୍କା ଦେବେ।
ରକ୍ଷାବନ୍ଧନ ପର୍ବ ପୂର୍ବରୁ ସିଏମ ସମ୍ରାଟ ମହିଳାଙ୍କୁ ରୋଜଗାର ଓ ସ୍ବାସ୍ଥ୍ୟ ସହ ଯୋଡ଼ିବା ପାଇଁ ଏକ ବିଶେଷ ଅଭିଯାନର ମଧ୍ୟ ଶୁଭାରମ୍ଭ କରିଛନ୍ତି। ସରକାରଙ୍କ ପକ୍ଷରୁ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ନେଇ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ମହିଳାଙ୍କ ସ୍ବାସ୍ଥ୍ୟ ପାଇଁ ବିହାର ସରକାର ‘ଅନିମିଆ ମୁକ୍ତ ବିହାର’ ଅଭିଯାନ ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହିଳା ଓ ଶିଶୁଙ୍କ ସ୍ବାସ୍ଥ୍ୟକୁ ଉନ୍ନତ କରିବା ପାଇଁ ଏହି ଅଭିଯାନ ଚାଲିବ।
ଏହି ଅଭିଯାନ ୨୫ ଅଗଷ୍ଟରୁ ୩୦ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନ ମାଧ୍ୟମରେ ସରକାର ୧ କୋଟି ୨୦ ଲକ୍ଷ ୮୨ ହଜାର ୫୦୦ ମହିଳାଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି।
Powered by Froala Editor