୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍ରେ ଗଣେଶ ମୂର୍ତ୍ତି
ତେଲଙ୍ଗାନାର ପଲଭଂଚାରେ ଏଥର ନିଆରା ଢଙ୍ଗରେ ଗଣେଶ ଚତୁର୍ଥୀ ପାଳିତ ହୋଇଛି । ଦୁଇଟି ଗଣେଶ ମୂର୍ତ୍ତିକୁ ବିପୁଳ ପରିମାଣର ନୋଟ୍ରେ ସଜାଯାଇଥିବାରୁ ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଟି ଗଣେଶ ମୂର୍ତ୍ତିକୁ ପ୍ରାୟ ୨ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍ରେ ସଜାଯାଇଛି।
ଗୋଟିଏ ସ୍ଥାନରେ କାପୁ ସମ୍ପ୍ରଦାୟର ସଦସ୍ୟମାନେ ୧ କୋଟି ୪୦ ଲକ୍ଷ ଟଙ୍କାର ନୋଟ୍ ବ୍ୟବହାର କରି ଗଣେଶ ମୂର୍ତ୍ତିକୁ ସଜାଇଛନ୍ତି। ସେହିପରି ଟିମ୍ ଏକଦନ୍ତ ପକ୍ଷରୁ ଅନ୍ୟ ଏକ ସ୍ଥାନରେ ୧ କୋଟି ୫୦ ଲକ୍ଷ ଟଙ୍କାର ନୋଟ୍ରେ ଗଣେଶଙ୍କ ପାଇଁ ଭବ୍ୟ ସାଜସଜା କରାଯାଇଛି।
ପଲଭଂଚାରେ କପୁ ସମୁଦାୟର ସଦସ୍ୟମାନେ ଏକ ସ୍ୱତନ୍ତ୍ର ପ୍ରାର୍ଥନା ସଭାର ଆୟୋଜନ କରି ଗଣେଶ ମୂର୍ତ୍ତିକୁ ପ୍ରାୟ ୧.୪୦ କୋଟି ଟଙ୍କା ମୂଲ୍ୟର ନୋଟ୍ରେ ସଜାଇଥିଲେ। ନୋଟ୍ରେ ସଜ୍ଜିତ ଏହି ଗଣେଶ ମୂର୍ତ୍ତି ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସେହିପରି, ପଲଭଂଚାର ଯୁବ ସଂଗଠନ ‘ଟିମ୍ ଏକଦନ୍ତ’ ମଧ୍ୟ ଏକ ନିଆରା ଢଙ୍ଗରେ ଗଣେଶୋତ୍ସବ ପାଳନ କରିଛି। ସଂଗଠନର ସଦସ୍ୟମାନେ ପ୍ରାୟ ୧.୫୦ କୋଟି ଟଙ୍କା ମୂଲ୍ୟର ନୋଟ୍ରେ ଗଣେଶ ମୂର୍ତ୍ତିକୁ ସଜାଇଥିଲେ। ଫଳରେ ଦୁଇଟି ମୂର୍ତ୍ତିରେ ମୋଟ ପ୍ରାୟ ୨.୯୦ କୋଟି ଟଙ୍କା ମୂଲ୍ୟର ନୋଟ୍ ବ୍ୟବହାର ହୋଇଥିବା କୁହାଯାଉଛି।
ଆୟୋଜକମାନଙ୍କ କହିବାନୁସାରେ, ଧୂମ୍ଧାମରେ ଗଣେଶୋତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ଏଭଳି ସାଜସଜ୍ଜା କରାଯାଇଥିଲା। ଏଥିପାଇଁ ସ୍ଥାନୀୟ ବ୍ୟବସାୟୀମାନଙ୍କଠାରୁ ଚାନ୍ଦା ସଂଗ୍ରହ କରାଯାଇଥିବା ବେଳେ ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ନୂଆ ନୋଟ୍ ଯୋଗାଇବାରେ ସହଯୋଗ କରିଥିବା ଆୟୋଜକମାନେ କହିଛନ୍ତି।
Powered by Froala Editor