ଦ୍ଵିତୀୟଥର କନ୍ୟାରତ୍ନର ମାତା-ପିତା ହେଲେ ଦୀପିକା-ରଣବୀର
ବଲିଉଡ୍ର ଲୋକପ୍ରିୟ ଦମ୍ପତି ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କ ଘରେ ପୁଣିଥରେ ଖୁସିର ମାହୋଲ୍। ଦୁହେଁ ଦ୍ୱିତୀୟଥର ପାଇଁ ଏକ କନ୍ୟାରତ୍ନ ମାତା-ପିତା ହୋଇଛନ୍ତି। ୧୯ ସେପ୍ଟେମ୍ବର ୨୦୨୬ରେ ଦମ୍ପତି ନିଜେ ସୋସିଆଲ୍ ମିଡିଆରେ ଏକ କୁନି ଶିଶୁର ପାଦର ଛାପ ଥିବା ଫଟୋ ଶେୟାର କରି ଦ୍ୱିତୀୟ ସନ୍ତାନ ଭାବେ ଏକ ଝିଅ ଜନ୍ମ ହୋଇଥିବା ଖବର ଦେଇଛନ୍ତି।
ପୋଷ୍ଟରେ ‘Welcome Baby Girl’ ସହିତ ୧୯.୦୯.୨୦୨୬ ତାରିଖ ଏବଂ ‘ଦୁଆ, ଦୀପିକା ଓ ରଣବୀର’ଙ୍କ ନାମ ଲେଖାଯାଇଛି। ଏହି ଖବର ପ୍ରକାଶ ପାଇବା ପରେ ପ୍ରଶଂସକ ଓ ବଲିଉଡ୍ର ସେଲିବ୍ରିଟିମାନଙ୍କ ପକ୍ଷରୁ ଦମ୍ପତିଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ଦୀପିକା ପାଦୁକୋନ୍ ଏବଂ ରଣବୀର୍ ସିଂହ ୧୪ ନଭେମ୍ବର ୨୦୧୮ରେ ଇଟାଲୀର ଲେକ୍ କୋମୋଠାରେ ଏକ ବ୍ୟକ୍ତିଗତ ଡେଷ୍ଟିନେସନ୍ ୱେଡିଂରେ ବିବାହ କରିଥିଲେ। ଏହି ଦମ୍ପତି ୮ ସେପ୍ଟେମ୍ବର ୨୦୨୪ରେ ସେମାନଙ୍କର ପ୍ରଥମ ଝିଅ ‘ଦୁଆ’ଙ୍କୁ ସ୍ୱାଗତ କରିଥିଲେ। ୧୯ ଅପ୍ରେଲ ୨୦୨୬ରେ ଦୀପିକା ଓ ରଣବୀର୍ ଇନ୍ଷ୍ଟାଗ୍ରାମ୍ରେ ଏକ ସୁନ୍ଦର ଫଟୋ ଶେୟାର୍ କରି ଦ୍ୱିତୀୟ ଗର୍ଭବତୀ ହେବା ନେଇ ସୂଚନା ଦେଇଥିଲେ। ସେହି ଫଟୋରେ ସେମାନଙ୍କ ବଡ଼ ଝିଅ ଦୁଆ ଏକ ପଜିଟିଭ୍ ପ୍ରେଗ୍ନାନ୍ସି କିଟ୍ ଧରିଥିବା ଦେଖିବାକୁ ମିଳିଥିଲା। କନ୍ୟାରତ୍ନ ଜନ୍ମ ହେବା ପୂର୍ବରୁ ଏହି ଷ୍ଟାର୍ କପଲ୍ ସେମାନଙ୍କର ଏକ ସୁନ୍ଦର ପ୍ରେଗ୍ନାନ୍ସି ଫୋଟୋଶୁଟ୍ ଶେୟାର୍ କରି ପ୍ରଶଂସକଙ୍କ ମନ ଜିଣିଥିଲେ। ଏବେ ପ୍ରାୟ ୫ ମାସ ପରେ ଦମ୍ପତି ନିଜ ଦ୍ୱିତୀୟ ସନ୍ତାନର ଜନ୍ମ ଖବର ନିଜେ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି।
Powered by Froala Editor