‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଲେ କାଜିଆ ଲିଜ୍ ମେଜୋ
ଜୟପୁର: କେରଳର କାଜିଆ ଲିଜ୍ ମେଜୋ ‘ମିସ ୟୁନିଭର୍ସ ଇଣ୍ଡିିଆ’ ମୁକୁଟ ଜିତିଛନ୍ତି। ୧୯ ବର୍ଷ ବୟସରେ ସେ ଏହି ସଫଳତା ପାଇ ସାରା ଦେଶରେ ଚର୍ଚ୍ଚାରେ ଅଛନ୍ତି। ଗତ ବର୍ଷର ମୁକୁଟ ବିଜୟିନୀ ମନିକା ବିଶ୍ବକର୍ମୀ ତାଙ୍କୁ ମୁକୁଟ ପିନ୍ଧାଇଛନ୍ତି। ଏହି ପ୍ରତିଯୋଗିତାର ପ୍ରତ୍ୟେକ ପର୍ଯ୍ୟାୟରେ କାଜିଆ ବହୁତ ଭଲ ପ୍ରଦର୍ଶନ କରିଥିଲେ। ୫୨ ପ୍ରତିଯୋଗୀଙ୍କୁ ପଛରେ ପକାଇ କାଜିଆ ବିଜୟୀ ହୋଇଥିଲେ। ଏବେ ସେ ଅନ୍ତର୍ଜାତୀୟ ସ୍ତରରେ ଭାରତରୁ ୭୫ତମ ‘ମିସ୍ ୟୁନିଭର୍ସ’ ପ୍ରତିଯୋଗିତାରେ ପ୍ରତିନିଧିତ୍ବ କରିବେ।
ସୂଚନା ଅନୁଯାୟୀ, ‘ମିସ ୟୁନିଭର୍ସ ଇଣ୍ଡିିଆ-୨୦୨୬’ର ଗ୍ରାଣ୍ଡ ଫିନାଲେ ରବିବାର ଜୟପୁରର ଜି ଷ୍ଟୁଡିଓରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତାରେ ତାମିଲନାଡୁର ବୈଷ୍ଣବୀ ଗଣେଶ ପ୍ରଥମ ଉପ-ବିଜେତା ଓ ଗୁଜରାଟର ଅନୁଶ୍ରୀ ସାତବଲକର ଦ୍ବିତୀୟ ଉପ-ବିଜେତା ହୋଇଥିଲେ।
Powered by Froala Editor