କୃତି ସାନନଙ୍କ ବିଜ୍ଞାପନ ପ୍ରତ୍ୟାହାର କଲା GIVA
ଅଳଙ୍କାର ବ୍ରାଣ୍ଡ GIVA ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ସହିତ ତାଙ୍କର ରକ୍ଷା ବନ୍ଧନ ବିଜ୍ଞାପନ ପ୍ରତ୍ୟାହାର କରିନେଇଛି। ବିଜ୍ଞାପନରେ କୃତି ସାନନ ପିନ୍ଧିଥିବା ପୋଷାକକୁ ନେଇ ବିବାଦ ଦେଖାଦେଇଥିଲା; ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ପୋଷାକକୁ ନେଇ ତାଙ୍କୁ ଟ୍ରୋଲ କରୁଥିଲେ। GIVA ବୁଧବାର (୨୬ ଅଗଷ୍ଟ) ଏହି ସମ୍ପର୍କରେ ଏକ ବିବୃତ୍ତି ଜାରି କରିଥିଲା।
GIVA ବିବୃତ୍ତିରେ କହିଛି, ‘ଆମେ ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ପର୍ବଗୁଡ଼ିକୁ ଗଭୀର ଭାବରେ ସମ୍ମାନ କରୁ। ଏକ ବ୍ରାଣ୍ଡ ଭାବରେ, ଆମେ ସର୍ବଦା ସମଗ୍ର ପରିବାର ସହିତ ଆନନ୍ଦର ମୁହୂର୍ତ୍ତ ପାଳନ କରିବାରେ ବିଶ୍ୱାସ କରୁ।’ ‘ଏହି ଥର, ଆମେ ଏହି ପ୍ରେମ ଏବଂ ଉତ୍ସବ ସହିତ ଆମର ପାଳିତ ପଶୁମାନଙ୍କୁ ମଧ୍ୟ ସାମିଲ କରିବାକୁ ଚାହୁଁଥିଲୁ। ଯଦି ଆମର ସାମ୍ପ୍ରତିକ ବିଜ୍ଞାପନ ଅଜାଣତରେ ସମାଜର କୌଣସି ବର୍ଗର ଭାବନାକୁ ଆଘାତ ଦେଇଥାଏ, ତେବେ ତାହା ନିଶ୍ଚିତ ଭାବରେ ଆମର ଉଦ୍ଦେଶ୍ୟ ନଥିଲା।’ GIVA ଆହୁରି କହିଛି, ‘ସମ୍ମାନର ସହିତ, ଆମେ ସମସ୍ତ ମିଡିଆ ପ୍ଲାଟଫର୍ମରୁ ବିଜ୍ଞାପନ ପ୍ରତ୍ୟାହାର କରିନେଇଛୁ।
ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଜ୍ଞାପନକୁ ନେଇ ବିବାଦରେ ଫସିଥିବା ଅଭିନେତ୍ରୀ କୃତି ସାନନଙ୍କୁ ସମର୍ଥନ କରି କହିଥିଲେ ଯେ, ମହିଳାମାନଙ୍କୁ ସେମାନଙ୍କର ସ୍ୱାଧୀନତା ବ୍ୟବହାର କରିବା ପାଇଁ ଟାର୍ଗେଟ କରାଯିବା ଉଚିତ୍ ନୁହେଁ। ସେ କହିଛନ୍ତି ଯେ ମହିଳାଙ୍କ ପୋଷାକ, କାମ ଏବଂ ଯେକୌଣସି ସ୍ଥାନକୁ ଯିବାଆସିବା ସେମାନଙ୍କର ଅଧିକାର। କ୍ରିତି ସାନନଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀକୁ ନିଜ ଆକାଉଣ୍ଟରେ ସେୟାର କରି ରାହୁଲ ଗାନ୍ଧୀ ଲେଖିଥିଲେ,ମହିଳାମାନେ କ’ଣ ପିନ୍ଧନ୍ତି, କ’ଣ କରନ୍ତି ଏବଂ କେଉଁଠାକୁ ଯାଆନ୍ତି ତାହା ସେମାନଙ୍କର ପସନ୍ଦ।
Powered by Froala Editor