ମୁଁ ଦେଶ ପାଇଁ କାମ କରିବା କେବେ ହେଲେ ବନ୍ଦ କରିବି ନାହିଁ: ମୋଦୀ

ନୂଆଦିଲ୍ଲୀ : ଆଜି ଆସାମ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାଜ୍ୟବାସୀଙ୍କୁ ୧୮ ହଜାର ୫୩୦ କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଛନ୍ତି ପିଏମ୍ । ଗୌହାଟୀରେ କିମ୍ୱଦନ୍ତୀ ସଂଗୀତଜ୍ଞ ତଥା ଭାରତରତ୍ନ ଭୂପେନ ହଜାରିକାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ଯୋଗଦେଇ ଭୂପେନ ଦା’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଦରଙ୍ଗାରେ ଆୟୋଜିତ ଜନସଭାକୁ ମୋଦୀ ସମ୍ୱୋଧିତ କରି ଆସାମର ବିକାଶ ଉପରେ ଗୁରୁତ୍ୱ ଦେଇଛନ୍ତି ବିରୋଧୀଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେଉଁମାନେ ମୋତେ ସମାଲୋଚନା କରୁଛନ୍ତି, ସମସ୍ତଙ୍କ ଗାଳିକୁ ମୁଁ ଶିବ ବିଷ ପାନ କଲା ଭଳି ପିଇଯିବି। କିନ୍ତୁ ମୁଁ ଦେଶ ପାଇଁ କାମ କରିବା କେବେ ହେଲେ ବନ୍ଦ କରିବି ନାହିଁ।
Powered by Froala Editor