ଶସ୍ତା ହେଲା ସୁନା

GST ପରିଷଦର 56ତମ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି, ଯାହାର ପ୍ରଭାବ ସିଧାସଳଖ ବଜାର ଉପରେ ଦେଖାଯାଉଛି। ଏହି ବୈଠକ ପରେ ସାରା ଦେଶରେ ସୁନା ଦର ମଧ୍ୟ ହ୍ରାସ ପାଇଛି। MCX ଉପରେ ରୂପାର ମୂଲ୍ୟ ମଧ୍ୟ ହ୍ରାସ ପାଇଛି।
ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି । ବୁଧବାର ଅପେକ୍ଷା ଗୁରବାର ଦରରେ ସାମାନ୍ୟତମ ହ୍ରାସ ଦେଖିବାକୁ ମିଳିଛି ।
ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୯୭, ୯୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୧ ଲକ୍ଷ ୬ ହଜାର ୮୬୦ ଟଙ୍କା ରହିଛି । ଭୁବନେଶ୍ବରରେ ଗତକାଲି ଅପେକ୍ଷା ଆଜି ଦରରେ ପରିବର୍ତ୍ତନ ହୋଇଛି ।
ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ GST ସ୍ଲାବକୁ ଦୁଇଟି ଭାଗରେ ବିଭକ୍ତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ ପୂର୍ବ ପରି ଚାରୋଟି ଟିକସ ସ୍ଲାବ (5%, 12%, 18%, 28%) ରହିବ ନାହିଁ। ଏବେ କେବଳ ଦୁଇଟି ସ୍ଲାବ 5% ଏବଂ 18% ରହିବ।
Powered by Froala Editor