ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) 1xBet ବେଟିଂ ଆପ୍ ମାମଲାରେ ବଲିଉଡ୍ ଅଭିନେତ୍ରୀ ଉର୍ବଶୀ ରାଉତେଲା ଏବଂ ପୂର୍ବତନ ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ସମନ କରିଛି। ଉର୍ବଶୀ ସେପ୍ଟେମ୍ବର ୧୬ ରେ ଦିଲ୍ଲୀ ସ୍ଥିତ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ପୂର୍ବରୁ ସମାନ ମାମଲାରେ ଟିଏମ୍ସି ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଇଡି ସମନ କରିଥିଲା। ତାଙ୍କୁ ସେପ୍ଟେମ୍ବର ୧୫ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି।
ସେଲିବ୍ରିଟିମାନେ ଏହି ଆପ୍ର ପ୍ରମୋଟର ଭାବେ କାର୍ଯ୍ୟ କରୁଥିଲେ। ଯେଉଁଥିପାଇଁ ପ୍ରଶଂସକ ଓ ଅନ୍ୟ ସାଧାରଣ ଜନତା ସେମାନଙ୍କୁ ବିଶ୍ଵାସ କରି ଏହି ଆପ୍ରେ ଅର୍ଥ ଲଗାଣ କରି ସର୍ବସ୍ଵାନ୍ତ ହୋଇଛନ୍ତି। ନିକଟରେ ଏହି ମାମଲାରେ ପୂର୍ବତନ କ୍ରିକେଟର ସୁରେଶ ରୈନା ଏବଂ ଶିଖର ଧଓ୍ବନଙ୍କୁ ମଧ୍ୟ ଇଡି ପକ୍ଷରୁ ସମନ ଜାରି କରାଯିବା ସହିତ ଜେରା କରାଯାଇଛି।
ଘଟଣାରେ ଇଡି ଶିଖର ଧାୱନଙ୍କୁ ୮ ଘଣ୍ଟା ଧରି ପଚରାଉଚରା କରିଥିଲା। ୩୯ ବର୍ଷୀୟ ପୂର୍ବତନ କ୍ରିକେଟର କିଛି ନିର୍ଦ୍ଦିଷ୍ଟ ବିଜ୍ଞାପନ ପାଇଁ ଆପ୍ ସହିତ ଜଡିତ ଥିବା ଜଣାପଡିଛି।
ନିକଟରେ ସଂସଦରେ ଏକ ବିଲ୍ ଆଣି ଅନ୍ଲାଇନ ଗେମିଂ ଆପ୍ଗୁଡ଼ିକୁ ବ୍ୟାନ୍ କରିଥିଲେ କେନ୍ଦ୍ର ସରକାର। ଏଥିରେ ଯୁବପିଢ଼ି ଫସି ରହୁଛନ୍ତି। ଅର୍ଥହାନୀ ସହିତ ଜୀବନ ଯାଉଛି ବୋଲି କେନ୍ଦ୍ର ସରକାର କହିଥିଲେ।
Powered by Froala Editor