ଅସ୍ଥି ବିସର୍ଜନ କରି ଫେରୁଥିଲେ, କାର୍ ଦୁର୍ଘଟଣାରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ

ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ହେଲେ ଭାରସାମ୍ୟ ହରାଇ ନାଳକୁ ଖସିଗଲା କାର୍। ଏଥିରେ ଗୋଟିଏ ପରିବାରର ୭ ଜଣକ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଶିଶୁ ଥିବା ଜଣାପଡ଼ିଛି । ରବିବାର ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ରାଜସ୍ଥାନର ଜୟପୁରର ଭାଟିକା ରିଙ୍ଗ ରୋଡରେ । ମୃତକ ହେଉଛନ୍ତି ରାମରାଜ ବୈଷ୍ଣବ, ପତ୍ନୀ ମଧୁ ଏବଂ ପୁଅ ରୁଦ୍ର ଓ ସମ୍ପର୍କୀୟ କାଲୁରାମ, ତାଙ୍କ ସ୍ତ୍ରୀ ସୀମା ଏବଂ ପୁଅ ରୋହିତ ଓ ଗଜରାଜ । ମୃତକମାନେ ଜୟପୁରର ଫୁଲିଆବାସ କେକ୍ରି ଏବଂ ଭାଟିକାର ବାସିନ୍ଦା ବୋଲି ଜଣାପଡ଼ିଛି ।
ସୂଚନା ଅନୁସାରେ, ଶିବଦାସପୁର ଅଞ୍ଚଳରୁ ଏକ ପରିବାର ଓ କିଛି ସମ୍ପର୍କୀୟ ଅସ୍ଥି ବିସର୍ଜନ ପାଇଁ ହରିଦ୍ଵାର ଯାଇଥିଲେ। ସେଠାରେ ଅସ୍ଥି ବିସର୍ଜନ କରି କାରରେ ଫେରୁଥିଲେ। ଦ୍ରୁତ ଗତି ଯୋଗୁ କାରଟି ଡିଭାଇଡର ସହ ମାଡ଼ ହୋଇ ଅଣ୍ଡରପାସ ତଳକୁ ଖସିପଡ଼ିଥିଲା। ତଳେ ପାଣି ଥିବାରୁ ପୀଡ଼ିତ ମାନଙ୍କୁ ଠିକ ସମୟରେ ଉଦ୍ଧାର କରାଯାଇ ପାରି ନ ଥିଲା। ଯାହାଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ପୁଲିସ ପହଞ୍ଚି ମୃତଦେହ ଜବତ କରି ନିକଟ ଡାକ୍ତରଖାନା ଶବଗୃହରେ ରଖିବା ସହିତ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ସ୍ଥାନୀୟ ଲୋକମାନେ ଦୁର୍ଘଟଣା ବିଷୟରେ ପୁଲିସକୁ ସୂଚନା ଦେଇଥିଲେ । ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର ତଦନ୍ତ କରୁଛି।
Powered by Froala Editor