ସୁଶୀଳା କାର୍କିଙ୍କ ଦାୟିତ୍ଵ ଗ୍ରହଣ

ନୂଆଦିଲ୍ଲୀ : ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ସୁଶୀଳା କାର୍କି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ନେପାଳ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି। ସୁଶୀଳା ପୂର୍ବତନ ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଆସିଛନ୍ତି। ୬୮ ବର୍ଷୀୟା କାର୍କୀ ୨୦୧୫ ରୁ ୨୦୧୯ ପର୍ଯ୍ୟନ୍ତ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ । ନ୍ୟାୟିକ ସ୍ଵାଧୀନତା ଓ ସତ୍ୟନିଷ୍ଠାର ପ୍ରତୀକ ଭାବେ ଜଣାଶୁଣା ସୁଶୀଳା । ନେପାଳରୁ ଦୁର୍ନୀତିଖୋର, ସତ୍ତାଲୋଭୀ ରାଜନୀତିଜ୍ଞଙ୍କୁ ବାଦ ଦେଇ ନୂଆ ସରକାର ଗଢିବାକୁ ସୁଶୀଳାଙ୍କୁ ଚୟନ କରିଥିଲେ ଯୁବପୀଢି । ସେପ୍ଟେମ୍ବର ୯ ତାରିଖରେ ସାର୍ବଜନିକ ଭାବେ ପ୍ରତିବାଦକାରୀମାନଙ୍କୁ ସମ୍ବୋଧିତ କରି, ସଂଯମ ପାଇଁ ଆହ୍ୱାନ ଦେଇଥିଲେ ସୁଶୀଳା । ଆଜି ସେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ।
Powered by Froala Editor