‘ବିଜେପିର ୭୫ ହଜାର ଭୋଟ ସରକାରଙ୍କ ପ୍ରତି ଜନଆକ୍ରୋଶ ଦର୍ଶାଉଛି’

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଫଳାଫଳ ନେଇ ବିଜେପି ଖାତାକୁ ଯାଇଥିବା ଭୋଟ ନେଇ ପ୍ରତିକ୍ରିୟା ରଖିଛି ବିଜେପି। ସରକାରଙ୍କ ଏତେବର୍ଷ ଶାସନ ସତ୍ତ୍ବେ ବିଜେପି ସପକ୍ଷରେ ୭୫ ହଜାର ଭୋଟ ଏହା ଦର୍ଶାଉଛି ସରକାରଙ୍କ ପ୍ରତି ଥିବା ଜନ ଆକ୍ରୋଶ। ଏହା ବେବିନାର ସ୍ବର, ଏହା ସେଇ ଚାଳଘରର ଥିବା ଲୋକର ସ୍ବର, ଯିଏ ମୋଦି ସରକାରଙ୍କ ଯୋଜନାରୁ ବଞ୍ଚିତ ।
ଏହା ସେହି ରାସ୍ତାଘାଟ ନାଁରେ କେଳେଙ୍କାରୀ କରିଥିବା ନେତାଙ୍କ ବିରୋଧରେ ସ୍ବର, ଏହା କତା କ୍ଲଷ୍ଟର ଓ ଚାନ୍ଦୁଆ ବ୍ୟବସାୟର ଠପର ସ୍ବର। ଯେଉଁମାନେ ଭୋଟ ଦେଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଆମର ତୃଟି ସୁଧାର କରି ଆହୁରି ସରକାର ବିରୋଧରେ ସ୍ବର ଶାଣିତ କରିବୁ ବୋଲି ବିଜେପି ନେତା ଠାକୁର ରଣଞ୍ଜିତ ସିଂ ତାଙ୍କ ପ୍ରତିକ୍ରିୟାରେ କହିଛି ।
Powered by Froala Editor