ବିଜେପି ନେତାଙ୍କୁ ପିଟିଲେ ଥାନାଧିକାରୀ
ଫୁଲବାଣୀ : ଜଣେ ବିଜେପି ନେତାଙ୍କୁ କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଥାନାଧିକାରୀ ବିଚରାସ୍ତାରେ ପିଟିବା ଅଭିଯୋଗ ଆସିଛି। ଏହି ଘଟଣାକୁ କେନ୍ଦ୍ରକରି ଖଜୁରୀପଡ଼ାରେ ଉତ୍ତେଜନା ଦେଖାଦେଇଛି। ବିଜେପି, ଖଜୁରୀପଡ଼ା ବଣିକ ସଂଘ ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଭୁବନେଶ୍ୱର-ଫୁଲବାଣୀ ଜାତୀୟ ରାଜପଥକୁ ଅବରୋଧ ଜାରି ରଖିଛନ୍ତି। କନ୍ଧମାଳ ଏସପି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଆଇଆଇସିଙ୍କୁ ମୁଖ୍ୟାଳୟକୁ ବଦଳି କରିଥିଲେ ମଧ୍ୟ ଆନେ୍ଦାଳନକାରୀଙ୍କ ଉପରେ କୌଣସି ପ୍ରଭାବ ପଡ଼ିନି। ଘଟଣାରୁ ପ୍ରକାଶ, ରବିବାର ଅପରାହଣ ସାଢେ଼ ୫ଟାରେ ଖଜୁରୀପଡ଼ା ଥାନାଧିକାରୀ ରମାକାନ୍ତ ପାତ୍ର ଉଠାଦୋକାନୀ ସରୋଜ ପ୍ରଧାନ ଏବଂ ତାଙ୍କ ପନôୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଏହାସହ ଦୋକାନକୁ ଭାଙ୍ଗି ଦେଇଥିଲେ। ଖଜୁରୀପଡ଼ା ବିଜେପି ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ରାଇକିଶୋର ପ୍ରଧାନ ସେଠାରେ ପହଞ୍ଚି ଘଟଣା ସଂପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ଉତ୍ତ୍ୟକ୍ତ ଥାନାଧିକାରୀ ତାଙ୍କୁ ମଧ୍ୟ ବିଚ୍ ରାସ୍ତାରେ ମାଡ଼ ମାରିଥିଲେ। ଏହାର ପ୍ରତିବାଦରେ ଖଜୁରୀପଡ଼ା ଥାନାଧିକାରୀଙ୍କ ଦବଙ୍ଗଗିରିକୁ ବିରୋଧ କରି ସ୍ଥାନୀୟ ବଣିକ ସଂଘର କର୍ମକର୍ତ୍ତା, ବିଜେପି କର୍ମକର୍ତ୍ତା ଏବଂ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଖଜୁରୀପଡ଼ା ମୁଖ୍ୟରାସ୍ତାକୁ ଅବରୋଧ କରିଛନ୍ତି। ଥାନାଧିକାରୀଙ୍କୁ ଗିରଫ କରାନଗଲେ ରାସ୍ତା ଅବରୋଧ ଜାରି ରହିବ ଏବଂ ଆନେ୍ଦାଳନକୁ ବ୍ୟାପକ କରାଯିବ ବୋଲି ବିଜେପି ନେତା ଭଗବାନ ମହାନ୍ତି ଚେତାବନୀ ଦେଇଛନ୍ତି। ସେହିଭଳି ଫୁଲବାଣୀରୁ ବିଜେପିର ଶତାଧିକ କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ରାସ୍ତା ଅବରୋଧରେ ସାମିଲ ହୋଇଛନ୍ତି। ସେହିଭଳି ଥାନାଧିକାରୀଙ୍କଠାରୁ ମାଡ଼ ଖାଇଥିବା ଉଠାଦୋକାନୀ ସରୋଜ ପ୍ରଧାନଙ୍କ ପନôୀ ମୋହିନୀ ପ୍ରଧାନ ଏବଂ ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ସଭାପତି ରାଇକିଶୋର ପ୍ରଧାନ ଖଜୁରୀପଡ଼ା ଥାନାରେ ଦୁଇଟି ଏତଲା ଦେଇଛନ୍ତି।
Powered by Froala Editor