ଆଜି ରାଜ୍ୟରେ ୪୦୭ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ରାଜ୍ୟରେ ୪୦୭ କରୋନା ପଜିଟିଭ ଚିହ୍ନଟ ହୋଇଛିନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୩୮ ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମଣ ରହିଛି ୧୬୯ ଓ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ୭୪ ଜଣ ରହିଛନ୍ତି ।
ସୂଚନା ଓ ଲୋକସମ୍ପର୍କ ବିଭାଗର ରିପୋର୍ଟ ଅନୁସାରେ ଅନୁଗୁଳରୁ ୨ଜଣ, ବାଲେଶ୍ୱରରୁ ୧୬, ବରଗଡରୁ ୧, ଭଦ୍ରକରୁ ୨, କଟକରୁ ୬୩, ଦେବଗଡରୁ ୨, ଜଗତସିଂହପୁରରୁ ୧୮, ଯାଜପୁରରୁ ୧୭, କଳାହାଣ୍ଡିରୁ ୩, କେନ୍ଦ୍ରାପଡାରୁ ୧୦, ଖୋର୍ଦ୍ଧାରୁ ୧୬୭, କୋରାପୁଟରୁ ୩, ମାଲକାନାଗିରିରୁ ୧, ମୟୂରଭଞ୍ଜରୁ ୨୬, ନୟାଗଡରୁ ୫, ପୁରୀରୁ ୧୯, ସମ୍ବଲପୁରରୁ ୧୧, ସୁନ୍ଦରଗଡରୁ ୨ ଓ ରାଜ୍ୟପୁଲରୁ ୩୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛିନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ଲକ୍ଷ ୨୮ହଜାର ୩୬୬କୁ ବୃଦ୍ଧି ପାଇଛି । ଏହାକ ସହିିତ ବର୍ତ୍ତମାନ ରାଜ୍ୟରେ ଅକ୍ଟିଭ କେସ୍ ରହିଛି ୫ହଜାର ୭୫ ।
Powered by Froala Editor