ପିପିଲି ଭୋଟ : ଚତୁର୍ଥ ରାଉଣ୍ଡରେ କାହାକୁ ମିଳିଲା କେତେ ଭୋଟ
ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଛି । ପ୍ରଥମ ରାଉଣ୍ଡରେ ବିଜେଡ଼ିର ରୁଦ୍ର ପ୍ରସାଦ ମହାରଥିଙ୍କୁ ୪୦୫୫ ଖଣ୍ଡ ଭୋଟ, ବିଜେପିର ଆଶ୍ରୀତ ପଟ୍ଟନାୟକଙ୍କୁ ୨୬୪୯ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୭୬୬ ଖଣ୍ଡ ଭୋଟ ମିଳିଥିଲା । ଦ୍ୱିତୀୟ ରାଉଣ୍ଡରେ ବିଜେଡ଼ିକୁ ୪୯୭୫ଖଣ୍ଡ(ମୋଟ ୯୦୩୦), ବିଜେପିକୁ ୩୦୬୪ ଖଣ୍ଡ(ମୋଟ ୫୭୧୩) ଓ କଂଗ୍ରେସକୁ ୨୧୫ଖଣ୍ଡ(୯୮୧) ଭୋଟ ମିଳିଥିଲା । ତୃତୀୟ ରାଉଣ୍ଡରେ ବିଜେଡିକୁ ୪୫୮୧ ଖଣ୍ଡ(ମୋଟ ୧୩୬୧୧) ଭୋଟ ମିଳିଥିବାବେଳେ ବିଜେପିକୁ ୨୮୫୪ ଖଣ୍ଡ (ମୋଟ ୮୫୬୭) ଓ କଂଗ୍ରେସକୁ ୧୯୯ଖଣ୍ଡ (ମୋଟ ୧୧୮୦) ଭୋଟ ମିଳିଥିଲା । ତେବେ ଚତୁର୍ଥ ରାଉଣ୍ଡରେ ବିଜେଡିକୁ ୩୩୫୭ ଖଣ୍ଡ(ମୋଟ ୧୬୯୬୮) ଭୋଟ ମିଳିଥିବାବେଳେ ବିଜେପିକୁ ୩୨୬୧ ଖଣ୍ଡ (ମୋଟ ୧୧୮୨୮) ଓ କଂଗ୍ରେସକୁ ୨୦୨ଖଣ୍ଡ (ମୋଟ ୧୩୮୨) ଭୋଟ ମିଳିଥିଲା ।
ଦୁଇଟି ହଲରେ ଇଭିଏମ ଓ ଗୋଟିଏ ହଲରେ ପୋଷ୍ଟାଲ ଭୋଟ ଗଣତି ହେଉଛି । ଗୋଟିଏ ହଲରେ ୭ଟି ଲେଖାଏଁ ଟେବୁଲ ଥିବାବେଳେ ଦୁଇଟି ହଲରେ ୧୪ଟି ଟେବୁଲ ପଡ଼ିଛି । ଭୋଟ ଗଣତି ପାଇଁ ୬୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।
ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି । ମୋଟ ଉପରେ ୧ ଲକ୍ଷ ୭୯ ହଜାର ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉକôଣ୍ଠା ଲାଗିରହିଛି ।
Powered by Froala Editor