ତୃତୀୟ ରାଉଣ୍ଡ ସୁଦ୍ଧା ଖସୁଛି କଂଗ୍ରେସ ଭୋଟ
ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଛି । ବର୍ତ୍ତମାନ ସୁଦ୍ଧା ତୃତୀୟ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି । ତେବେ ତୃତୀୟ ରାଉଣ୍ଡ ସୁଦ୍ଧା କଂଗ୍ରେସର ଭୋଟ ଧୀରେ ଧୀରେ ଖସୁଥିବରା ପରିଲକ୍ଷିତ ହେଉଛି ।
ପ୍ରଥମ ରାଉଣ୍ଡରେ କଂଗ୍ରେସ ପ୍ରାର୍ଥୀ ବିଶ୍ୱକେଶନ ହରିଚନ୍ଦନ ମହାପାତ୍ରଙ୍କୁ ୭୬୬ ଖଣ୍ଡ ଭୋଟ ମିଳିଥିଲା । ଦ୍ୱିତୀୟ ରାଉଣ୍ଡରେ କଂଗ୍ରେସକୁ ୨୧୫ଖଣ୍ଡ ଭୋଟ ମିଳିଥିଲା । ତେବେ ତୃତୀୟ ରାଉଣ୍ଡରେ କଂଗ୍ରେସକୁ ୧୯୯ଖଣ୍ଡ (ମୋଟ ୧୧୮୦) ଭୋଟ ମିଳିଛି ।
ଅନ୍ୟପକ୍ଷରେ କିଏ ଜିତିବ, କିଏ ହାରିବ ସେନେଇ ସମୟ ବଢିବା ସହ ବଢୁଛି ପ୍ରାର୍ଥୀଙ୍କ ହୃଦସ୍ପନ୍ଦନ । କାହାର ହେବ ପିପିଲି, କିଛି ସମୟ ପରେ ଜଣାପଡିବ ଫଳାଫଳ । ସମସ୍ତ ଦଳର ପ୍ରାର୍ଥୀ ନିଜ ବିଜୟକୁ ନେଇ ଆଶାବାଦୀ ରହିଛନ୍ତି । ସେପଟେ ନିର୍ବାଚନ ଫଳାଫଳ ଯାହାବି ହେଲେ କଂଗ୍ରେସ ସବୁବେଳେ ପିପିଲିବାସୀଙ୍କ ସହିତ ରହିବ ବୋଲି କହିଛନ୍ତି କଂଗ୍ରେସ ପ୍ରାର୍ଥୀ ବିଶ୍ବକେଶନ ହରିଚନ୍ଦନ ମହାପାତ୍ର ।
ବିଶ୍ବକେଶନ ବିଜେଡି ଓ ବିଜେପିକୁ ସମାଲୋଚନା ପୂର୍ବକ କହିଛନ୍ତି କି, ଉଭୟ ଦଳ ନିର୍ବାଚନରେ ବ୍ୟାପକ ଅର୍ଥ ଖର୍ଚ୍ଚ କରିଥିବାରୁ ନିର୍ବଚାନୀ ଫଳାଫଳ ତାଙ୍କ ସପକ୍ଷେପ ଯିବ ବୋଲି ଦାବି କରୁଛନ୍ତି । ହେଲେ କଂଗ୍ରେସ ନୈତିକତାକୁ ଗୁରୁତ୍ବ ଦେଇ ନିର୍ବାଚନ ଲଢିଛି । ଏଣୁ ଯାହାବି ଫଳାଫଳ ହେବ ତାହା କଂଗ୍ରେସ ଗ୍ରହଣ କରିବ ବୋଲି କଂଗ୍ରେସ ପ୍ରାର୍ଥୀ କହିଛନ୍ତି ।
Powered by Froala Editor