ପିପିଲିରେ ବିଜେଡି ୧ ନମ୍ବରରେ ରହିବ:ସୁରେଶ ରାଉତରାୟ
ଭୁବନେଶ୍ୱର: ଆସନ୍ତାକାଲି ଆସିବ ପିପିଲି ଉପନିର୍ବାଚନ ଫଳାଫଳ । କିଏ ମାରିବ ପିପିଲିରେ ବାଜି । ଇଭିଏମରେ ୧୦ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଥିବା ବେଳେ ଆସନ୍ତାକାଲି ଫଳାଫଳ ଆସିବ । ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ । ୨୦୧୪,୨୦୧୯ ନିର୍ବାଚନ ଅପେକ୍ଷା ଏଥର ପିପିଲିରେ ରେକର୍ଡ ସଂଖ୍ୟକ ମତଦାନ ହୋଇଛି । ସେପଟେ ପିପିଲି ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ ପରାଜୟ ସ୍ୱୀକାର କରି ନେଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଶ୍ରୀ ରାଉତରାୟ ଗଣମାଧ୍ୟମକୁ କହିଛନ୍ତି ଯେ ଦଳ ପିପିଲିରେ ତୃତୀୟ ସ୍ଥାନରେ ରହିବ । ଟଙ୍କା ଦ୍ୱାରା ଭୋଟ କିଣା ଯାଇଥିବାରୁ ପିପିଲିରେ ଗଣତନ୍ତ୍ରକୁ ହତ୍ୟା କରାଯାଇଛି ବୋଲି ସେ କହିଛନ୍ତି । ବିଜେଡି ଦଳ ନେତା, ମନ୍ତ୍ରୀଙ୍କୁ ଧରି ପୁଳାପୁଳା ଟଙ୍କା ବାଣ୍ଟିଛନ୍ତି । ବିଜେପି, କଂଗ୍ରେସ କେବଳ ହାଜିରା ପକାଇଛନ୍ତି । ପିପିଲିରେ ବିଜେଡି ୧ ନମ୍ବରରେ ରହିବ ବୋଲି ସେ କହିଛନ୍ତି ।
ସେପଟେ ବିଜେଡି ସବୁ ରେକର୍ଡକୁ ଭାଙ୍ଗି ଭଲ ବ୍ୟବଧାନରେ ବିଜୟ କରିବା ବୋଲି ଦମ୍ଭୋକ୍ତି ଦେଖାଇଛି । ସେପଟେ ବିଜେପି କହିଛି ପିପିଲିରେ ଭୋଟ ପ୍ରତିଶତ ଭଲ ହୋଇଛି ତେଣୁ ବିଜେପି ହିଁ ଭଲ ଫଳାଫଳ କରିବ । ସେହିପରି କଂଗ୍ରେସ କହିଛି ସ୍ଥିତି ଏବେ ଭଳ ନାହିଁ କଂଗ୍ରେସ ହିଁ ତୃତୀୟ ସ୍ଥାନରେ ରହିବ ।
ସେପ୍ଟେମ୍ବର ୩୦ ତାରିଖ ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ଯାଏ ଚାଲିଥିଲା । ଏହାଛଡା ୨୦୧ ସମ୍ବେଦନଶୀଳ ବୁଥ୍ ଉପରେ କଡା ନଜର ରଖାଯାଇଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ଉପନିର୍ବାଚନ ପାଇଁ ୨ ହଜାର ୨୦୦ ପୋଲିଂ କର୍ମଚାରୀ ଥିବା ବେଳେ ୨ ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ମଧ୍ୟ ନିୟୋଜିତ ହୋଇଥିଲେ ।
Powered by Froala Editor