ପାସପୋର୍ଟ ଭେରିଫିକେସନରେ ଓଡ଼ିଶା ପୋଲିସକୁ ଉଲ୍ଲେଖନୀୟ ସଫଳତା
କଟକ: ପାସପୋର୍ଟ ଭେରିଫିକେସନରେ ଓଡ଼ିଶା ପୋଲିସକୁ ଉଲ୍ଲେଖନୀୟ ସଫଳତା । ଗତ ଅଗଷ୍ଟ ମାସରେ ପାସ ପୋର୍ଟ ଭେରିଫିକେସନ କାର୍ୟ୍ୟ ମାତ୍ର ୬ ଦିନରେ ଶେଷ ହେଉଥିବା ବେଳେ ସେପ୍ଟେମ୍ବର ମାସର ପ୍ରଥମାର୍ଦ୍ଧର ୪ ଦିନରେ ଭେରିଫିକେସନ ସମ୍ପର୍ଣ୍ଣ ହୋଇଛି ।
୪ ଦିନରେ ଶେଷ ହେଉଛି ପାସପୋର୍ଟ ଭେରୀଫିକେସନ ପ୍ରକ୍ରିୟା, ପ୍ରଶଂସା କଲେ ଡିଜିପି୨୦୧୮-୧୯ ମସିହାରେ ପାସ ପୋର୍ଟ ଭେରିଫିକେସନ ପାଇଁ ହାରାହାରି ୨୬ ଦିନ ଲାଗୁଥିଲା । ୨୦୨୦ ମସିହାରେ କୋଭିଡ ସ୍ଥିତି ପାଇଁ ଏହି ଭେରିଫିକେସନ ୩୬ ଦିନ ପର୍ୟ୍ୟନ୍ତ ବିଳମ୍ବିତ ହୋଇଥିଲା । କିନ୍ତୁ ପାସ ପୋର୍ଟ ଭେରିଫିକେସନ କାର୍ୟ୍ୟକୁ ୫-ଟି ଅଧିନକୁ ଅଣାଯାଇ ପ୍ରତି ଥାନାକୁ ଗୋଟିଏ ଲେଖାଏଁ ଟାବଲେଟ ପ୍ରଦାନ କରାଯାଇଥିଲା । ଫଳରେ ଏହି କାର୍ୟ୍ୟ ଅତିଶୀଘ୍ର ସମ୍ପର୍ଣ୍ଣ ହେଉଥିବା କହିଛନ୍ତି ଡିଜିପି ।
Powered by Froala Editor