ବଳାତ୍କାର ଅଭିଯୋଗରେ ୨ କୋର୍ଟ ଚାଲାଣ
କଂଟାବାଞ୍ଜି: କଂଟାବାଞ୍ଜି ଥାନା ଅଂଚଳର ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ଦୁଇ ଜଣଙ୍କୁ ଗତକାଲି ଗିରଫ କରିଥିଲା, ଆଜି ଦୁଇ ଅଭିଯୁକ୍ତଙ୍କୁ ବଲାଙ୍ଗିର କୋର୍ଟ ଚାଳାଣ କରାଯାଇଥିବା ଜଣାପଡିଛି। ପ୍ରାପ୍ତ ସୂଚନା ଅନୂଯାୟୀ କଂଟାବାଞ୍ଜି ୧୧ନଂ ୱାର୍ଡ ପୁଡାପଦର ଜଣେ ଯୁବତୀଙ୍କୁ ଦୁଇ ଜଣ ଯୁବକ ମୂରିବାହାଲ ଥାନ ଡଙ୍ଗରପଡାର ଧୂବଲେ ମାଝୀ ଏବଂ ପୃଥିରାଜ ମାଝୀ ମଦ ପିଆଇ ମାତାଲ ଅବସ୍ଥାରେ କଂଟାବାଞ୍ଜିରୁ ବଙ୍ଗୋମୁଣ୍ଡା ରାସ୍ତାରେ ଥିବା ପୁଞ୍ଜିପଥର ଜଙ୍ଗଲକୁ ନେଇ ବଳତ୍କାର କିରିଥିଲେ। ଏହାର ଭିଡିଓ ଭାଇରାଲ ହେବାପରେ ଯୁବତୀ ଜଣକ ଥାନାରେ ଅଭିଯୋଗ କରିଥିଲେ। ଯୁବତୀଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଏକ ମାମାଲା ରୁଜୁ କରି ଉଭୟ ଯୁବକ ଓ ଯୁବତୀକୁ ଡାକ୍ତରିମାଇନା କରି ଆଜି ତାଙ୍କୁ ବଲାଙ୍ଗିର ସି.ଜି.ଏମ କୋର୍ଟକୁ ଚାଲାଣ କରିଥିବା ଥାନା ଅଧିକାରି ସତ୍ୟଜିତ୍ କନ୍ଦନକେଲଙ୍କ ସୂତ୍ରରୁ ପ୍ରକାଶ। ଏହି ଦୁଇଜଣଙ୍କ ଜାମିନ ନାମାଞ୍ଜୁର ହେବାରୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି।
Powered by Froala Editor