ଧାନ ଜମିରୁ ଦୁଇ ମୃତଦେହ ଉଦ୍ଧାର
ଗୁଣୁପୁର : ରାୟଗଡ଼ା ଜିଲ୍ଲା ଗୁଣୁପୁର ଥାନା ଅନ୍ତର୍ଗତ ଲିଫ୍ଟ ଇରିଗେସନ ଅଫିସ ନିକଟରେ ଥିବା ଧାନ ଜମିରୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତକ ଦ୍ୱୟ ରାମନାଗଡ଼ା ବ୍ଲକର ଦଣ୍ଡୁଗୁଡ଼ା ଗାଁର ବୋଲି ଜଣାପଡ଼ିଛି। ତେବେ ଖବର ଲେଖାଯିବା ସୁଦ୍ଧା ସେମାନଙ୍କ ନାଁ ଜଣାପଡ଼ିନାହିଁ।
ଗତକାଲି ବିଳମ୍ବିତ ରାତିରେ ବାଇକ୍ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ସୂଚନା ଅନୁସାରେ, ଆଜି ସକାଳେ ଦୁଇଜଣଙ୍କ ମୃତଦେହ ଇରିଗେସନ ଅଫିସ ନିକଟରେ ଥିବା ଧାନ ଜମି ଭିତରେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଏନେଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor