ପିପିଲି ଉପନିର୍ବାଚନ: ଦିନ ୧୧ଟା ସୁଦ୍ଧା ୨୪.୭୬% ମତଦାନ

ପିପିଲି; କାହାର ହେବ ପିପିଲି ଗଡ ? କିଏ ମାରିବ ବାଜି ? ଏନେଇ ଭୋଟରଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ପିପିଲିବାସୀ । ବିଭିନ୍ନ ବୁଥରେ ସକାଳୁ ମତଦାନ ଆରମ୍ଭ ହୋଇଛି । ପିପିଲିର ବିଭିନ୍ନ ବୁଥ ଆଗରେ ଲମ୍ବା ଲାଇନ ଲାଗିଛି । କଡା ସୁରକ୍ଷା ମଧ୍ୟରେ ଚାଲିଛି ଭୋଟିଂ । କଟକଣାରେ ଭୋଟ ଦେଉଛନ୍ତି ପିପିଲିବାସୀ । ଧୀରେ ଧୀରେ ବଢୁଛି ମତଦାତାଙ୍କ ସଂଖ୍ୟା । ପୂର୍ବାହ୍ନ ସାଢେ ୧୧ଟା ସୁଦ୍ଧା ୨୪.୭୬ ପ୍ରତିଶତ ମତଦାନ ହୋଇଛି । ସକାଳ ୯ଟା ସୁଦ୍ଧା ୭.୮% ମତଦାନ ହୋଇ ଥିଲା।
ଏହି ଉପନିର୍ବାଚନରେ ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୩୪୮ ବୁଥ୍ କରାଯାଇଛି। ୩୪୮ଟି ବୁଥ୍ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି। କୌଣସି ପ୍ରକାର ଗଡ଼ବଡ଼କୁ ରୋକିବା ପାଇଁ ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବ୍କାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ସେହିପରି ୨୩ଟି ବୁଥ୍ରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି।
ସକାଳ ୭ଟାରୁ ବୁଥ୍ ଗୁଡ଼ିକରେ ଲୋକେ ସେମାନଙ୍କ ମତ ସାବ୍ୟସ୍ତ କରୁଥିବା ବେଳେ ୪ଟି ବୁଥ୍ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ଫଳରେ ଉକ୍ତ ବୁଥ୍ ଗୁଡ଼ିକରେ କିଛି ସମୟ ଧରି ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା।
Powered by Froala Editor