ରାଜ୍ୟରେ ପୁଣି କରୋନା ନେଲା ୮ମୁଣ୍ଡ
ଭୁବନେଶ୍ୱର: ଦିନକୁ ଦିନ କରୋନା ସଂକ୍ରମ ହ୍ରାସ ପାଉଥିବା ବେଳେ ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଳକ୍ଷିତ ହେଉଛି । ଗତ କିଛି ଦିନ ହେବ ରାଜ୍ୟରେ ଏକ ଅଙ୍କରେ ରହୁଛି କରୋନା ମୃତୁ୍ୟ ସଂଖ୍ୟା । ଗତ ୨୪ ଘଣଣ୍ଟାରେ ରାଜ୍ୟରେ ଆଉ ୮ଜଣ କରୋନା ଆକ୍ରାନ୍ତ ପ୍ରାର ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ଢେଙ୍କାନାଳରୁ ୨ଜଣ ଲେଖାଏଁ କରୋନା ଆକ୍ରାନ୍ତ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର, କେନ୍ଦୁଝର ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ରହିଛନନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ ହଜାର ୭୦କୁ ବୃଦ୍ଧି ପାଇଛି । ଏହାରି ଭିତରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୬୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୪୩ ଜଣ ଓ ସ୍ଥାନୀୟ ସଂକ୍ରମଣ ୩୧୯ ରହିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୧୦୨ ଜଣ ପିଲା ରହିଛନ୍ତି ବୋଲି ସୂଚନା ମିଳିଛି । ଏବେ ୪ଜିଲ୍ଲା ଚିନ୍ତା ବଢାଇଛି । ୪ଟି ଜିଲ୍ଳାରୁ ୭୦ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ୫ଜଣ ଶିଶୁ ଆଇସିୟୁରେ ଚିକିସôିତ ହେଉଥିବା ବେଳେ ୨୪ଜଣ ଜେନେରାଲ ବେଡରେ ଚିକିସôିତ ହେଉଛନ୍ତି ।
Powered by Froala Editor