ପୁଣି ଆସୁଛି ଆଉ ଏକ ଲଘୁଚାପ
ଭୁବନେଶ୍ୱର: ଆସନ୍ତା ୧୧ ତାରିଖ ବେଳକୁ ପୁଣି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବଙ୍ଗୋପସାଗରର ଉତ୍ତରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଏହି ଲଘୁଚାପ ବଙ୍ଗୋପସାଗରର ଉତ୍ତର-ପଶ୍ଚିମ-କେନ୍ଦ୍ରୀୟ ଉପକୂଳରେ ସୃଷ୍ଟି ହେବ । ଏହାର ପ୍ରଭାବରେ ଦକ୍ଷିଣ ଓଡିଶା ଓ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଉପରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଲଘୁଚାପ ଯୋଗୁଁ ଏକ ସପ୍ତାହ କିମ୍ବା ଅଧିକ ସମୟ ପର୍ଯ୍ୟନ୍ତ ପୂର୍ବ କେନ୍ଦ୍ରୀୟ ଅଂଶଗୁଡିକ ଉପରେ ମୌସୁମୀ ବର୍ଷା ଲାଗି ରହିବ ଓ ଏଥିପାଇଁ ମୌସୁମୀ ସକ୍ରିୟ ହେବ ବୋଲି ଆଶା କରାଯାଉଛି । ଫଳରେ ରାଜ୍ୟରେ କେକର୍ଡ ହୋିଥିବା ନିଅଣ୍ଟିଆ ବର୍ଷା ସ୍ଥିତିରେ ସୁଧାର ଆସିବ ବୋଲି ଆଶଙ୍କା କରାଯାଉଛି ।
Powered by Froala Editor