ଶ୍ରୀମନ୍ଦିର ଦର୍ଶନ ନେଇ ଆଜି ଜାରି ହେବ ନୂଆ ଏସଓପି
ପୁରୀ : ଆଜି ଶ୍ରୀମନ୍ଦିର ଦର୍ଶନକୁ ନେଇ ଜାରି ହେବ ନୂଆ ଏସଓପି। ନୂତନ ଏସଓପିରେ ଦର୍ଶନ ବ୍ୟବସ୍ଥାକୁ ଅଧିକ କୋହଳ କରାଯିବ ।ସଟଡାଉନ ଯୋଗୁଁ ଶନିବାର ଓ ରବିବାର ଦର୍ଶନ ବନ୍ଦ ରହୁଥିବା ବେଳେ ରାଜ୍ୟ ସରକାରଙ୍କ ସେପ୍ଟେମ୍ବର ମାସ ଗାଇଡଲାଇନରେ ସଟଡାଉନ ଉଠିଛି । ହେଲେ ଶ୍ରୀମନ୍ଦିର ନୂତନ ଏସଓପି ଆସିବା ପୂର୍ବରୁ ମନ୍ଦିର ସାନିଟାଇଜେସନ କରିବା ପାଇଁ ସପ୍ତାହରେ ଦୁଇଦିନ ଦର୍ଶନ ବନ୍ଦ ରହୁଛି।
ତେବେ ଆଜି ଦିନ ୧୨ଟା ବେଳେ ଦର୍ଶନକୁ ନେଇ ସମୀକ୍ଷା ବୈଠକ ବସିବ । କରୋନା ନିୟନ୍ତ୍ରଣକୁ ଆସିବା ପରେ ଶନିବାର ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ଲାଗି ଖୋଲିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇପାରେ। ସେପଟେ ଦର୍ଶନ ସମୟର ମଧ୍ୟ ପରିବର୍ତ୍ତନ ହୋଇପାରେ। ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ୟ୍ୟନ୍ତ ଦର୍ଶନ ଵ୍ୟଵସ୍ଥା ଥିବାବେଳେ ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୯ଟା ପର୍ୟ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲା ରହିବା ନେଇ ନିଷ୍ପତ୍ତି ନିଆଯିବ।
Powered by Froala Editor