ଗର୍ଭଗୃହରେ ରତ୍ନସିଂହାସନକୁ ଛୁଇଁ ପ୍ରଣାମ କଲେ ଭକ୍ତ
ପୁରୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦୀର୍ଘଦିନ ପରେ ପୁରୀ ଜଗନ୍ନାଥ ମନ୍ଦିର ଖୋଲିବାକୁ ଅନୁମତି ମିଳିଥିଲେ ମଧ୍ୟ ବର୍ତ୍ତମାନ କଟକଣାକୁ ପାଳନ କରି ଭକ୍ତମାନେ ଜଗନ୍ନାଥଙ୍କୁ ଦର୍ଶନ କରୁଛନ୍ତି ।
ହେଲେ ଜଣେ ଭକ୍ତ ଗର୍ଭଗୃହ ମଧ୍ୟକୁ ଯାଇ ରତ୍ନସିଂହାସନ ଛୁଇଁଛନ୍ତି ।ସୁଚନା ଅନୁସାରେ ମଙ୍ଗଳ ଆଳତି ପରେ ମହାପ୍ରଭୁଙ୍କର ଭିତରକାଠ ଦର୍ଶନ ଚାଲିଥିଲା। ଏହି ସମୟରେ ଜଣେ ଭକ୍ତ ଧୁକୁଡି ଦ୍ବାର ମଧ୍ୟ ଦେଇ ଭିତରକୁ ପ୍ରବେଶ କରିଥିଲେ। ପରେ ଦୌଡ଼ି ଦୌଡ଼ି ଯାଇ ଗର୍ଭଗୃହରେ ରତ୍ନସିଂହାସନକୁ ଛୁଇଁ ପ୍ରଣାମ କରିଥିଲେ।
ଏହାଦେଖି ସେଠାରେ ଉପସ୍ଥିତ ଥିବା ଜେଟିପି ଓ ପ୍ରତିହାରୀ ସେବକ ତାଙ୍କୁ ଧରି ଗାରଦକୁ ନେଇଛନ୍ତି। ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଜଣାପଡି ନାହିଁ।
Powered by Froala Editor