ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି କରି ହତ୍ୟା
ପଞ୍ଜାବର ଅମୃତସରରେ ସୋସିଆଲ ମିଡ଼ିଆ ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି କରି ହତ୍ୟା ପରେ ଭାଇରାଲ ଭିଡ଼ିଓକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା । ଅମୃତସରରେ ହୋଇଥିବା ଏହି ଗୁଳିକାଣ୍ଡ ଘଟଣାକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଇନଫ୍ଲ୍ୟଏନ୍ସର ମ୍ୟାଡ୍ ସନ୍ଧୁଙ୍କ ହତ୍ୟା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ଏବେ ମାମଲାର ତଦନ୍ତ ଆରମ୍ଭ କରିଛି ।
ଅତିରିକ୍ତ ଡେପୁଟି କମିଶନର ଏହି ଘଟଣାକୁ ନେଇ କହିଛନ୍ତି ଯେ, ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଦୁଇ ଜଣ ଅଜ୍ଞାତ ବ୍ୟକ୍ତି ମ୍ୟାଡ୍ ସନ୍ଧୁଙ୍କୁ ଗୁଳି କରିଥିଲେ। ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି। ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ ତଦନ୍ତ ଆରମ୍ଭ କରାଯାଇଛି।
ଗୁଳି ଲାଗିବା ପରେ ମ୍ୟାଡ଼ ସନ୍ଧୁଙ୍କ ରାସ୍ତାରେ ପଡ଼ିଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଯେଉଁଥିରେ ରାସ୍ତାରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ମଧୁସୂଦନ ନାମରେ ଜଣାଶୁଣା ମ୍ୟାଡ୍ ସନ୍ଧୁ । ପ୍ରାୟତଃ ପୋଡ଼କାଷ୍ଟରେ ଗେଷ୍ଟ ମେକଅପ, ଫିଲ୍ମ ଇଣ୍ଡଷ୍ଟ୍ରି ସମେତ ଲିଙ୍ଗଗତ ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ । ଏହି ସମୟରେ ତାଙ୍କୁ ସୋସିଆଲ ମିଡ଼ିଆରେ ବହୁତ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡୁଥିଲା । ସେ ବାରମ୍ବାର କହୁଥିଲେ ଯେ ମୋତେ ଭଗବାନ ଯେମିତି କରିଛନ୍ତି ମୁଁ ସେଭଳି ଅଟେ ।
Powered by Froala Editor