'ମୋଦୀ କା ବାପ ଭି ଜାଏଗା’ ଏମିତି କାହିଁକି କହିଲେ ଖାର୍ଗେ ଜାଣନ୍ତୁ......
ପାଟନା: ବିହାରର ପାଟନାଠାରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ସମ୍ବୋଧନ ସମୟରେ ହଙ୍ଗାମା ଘଟିଛି। ଏହି ସମୟରେ ଯେତେବେଳେ ଶ୍ରୋତାଙ୍କ ମଧ୍ୟରୁ ଜଣେ ବ୍ୟକ୍ତି କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦ ଛାଡ଼ିବେ ନାହିଁ। ଏହି ମନ୍ତବ୍ୟର ଜବାବ ଦେଇ ଖାର୍ଗେ କହିଥିଲେ, ‘ମୋଦୀ କା ବାପ ଭି ଜାଏଗା’। ଏହି ଅଭିଯୋଗ ଆଣିଥିବା ବ୍ୟକ୍ତିଙ୍କୁ କଂଗ୍ରେସ ସମର୍ଥକମାନେ ମାଡ଼ ମାରିଥିଲେ। ହଲ୍ ବାହାରେ କଥାବାର୍ତ୍ତା ବେଳେ ସନ୍ତୋଷ କୁମାର ନାମକ ସେହି ବ୍ୟକ୍ତିଜଣକ କହିଛନ୍ତି ଯେ ତାଙ୍କ କଥାକୁ ଭୁଲ ବୁଝାଯାଇଛି। ପାଟନାରେ ଡକ୍ଟର ଶ୍ରୀ କୃଷ୍ଣ ସିଂଙ୍କ ୧୩୯ତମ ଜୟନ୍ତୀ ପାଳନ ଅବସରରେ ସଭାକୁ ସମ୍ବୋଧିତ କରି ଖାର୍ଗେ ପ୍ରଧାନମନ୍ତ୍ରୀଙ୍କୁ ଆହୁରି ଟାର୍ଗେଟ କରି କହିଛନ୍ତି ଯେ, ପିଏମ ମୋଦିଙ୍କର ମିଛ କହିବାର ଅଭ୍ୟାସ ଅଛି। ସେ କହିଥିଲେ ଯେ ସେ ତାଙ୍କର ପ୍ରଥମ ୧୦୦ ଦିନ ମଧ୍ୟରେ କଳାଧନ ଫେରାଇ ଆଣିବେ। ମୁଁ ପଚାରିବାକୁ ଚାହୁଁଛି, ସେହି ଟଙ୍କା କାହିଁ?” ବୋଲି ଖାର୍ଗେ ପ୍ରଶ୍ନ କରିଛନ୍ତି। ଏହି ଘଟଣା ଉପରେ ପ୍ରତିକ୍ରିୟା ଦେଇ ଭାଜପା ଖାର୍ଗେଙ୍କୁ ଆକ୍ରମଣ କରିଛି ଏବଂ କହିଛି କଂଗ୍ରେସ ନିଜର ନିରାଶା ପ୍ରଦର୍ଶନ କରୁଛି।
Powered by Froala Editor