୧୫୪ ବର୍ଷ ପରେ ଗୁଜରାଟରେ ଦେଖାଦେଲା ସ୍ୟାଣ୍ଡ ସ୍ନେକ୍
୧୫୪ ବର୍ଷ ପରେ ଗୁଜରାଟର କଚ୍ଛରେ ଏକ ବିରଳ ସାପ ଚିହ୍ନଟ ହୋଇଛି । ଭୁଜ ନର୍ଥ ରେଞ୍ଜର ଜଙ୍ଗଲ ଅଧିକାରୀ ସନ୍ଧ୍ୟା ଜଙ୍ଗଲ ଗସ୍ତରୁ ଫେରୁଥିଲେ । ରାସ୍ତାରେ ସେମାନେ କଳା ମୁଣ୍ଡଯୁକ୍ତ ଏକ ସାଧାରଣ ସାପ ଦେଖିଲେ । ପାଖରେ ଆଉ ଏକ ସାପ ଉପରେ ସେମାନଙ୍କ ନଜର ପଡ଼ିଲା, ଯାହାର ପ୍ରଜାତିକୁ ଜଙ୍ଗଲ ଅଧିକାରୀ ଚିହ୍ନି ପାରିଲେ ନାହିଁ । ଏହାର ଫଟୋ ଓ ଭିଡିଓ ରେକର୍ଡ କରି ବିଶେଷଜ୍ଞଙ୍କ ପାଖକୁ ପଠାଇଲେ । ସେମାନେ ଏହାକୁ ଆଫ୍ରୋ-ଏସିଆନ୍ ସ୍ୟାଣ୍ଡ ସ୍ନେକ୍ ରୂପେ ଚିହ୍ନଟ କଲେ । ବାଲିରେ ଦ୍ରୁତ ବେଗରେ ଗତି କରୁଥିବା ଏହି ସାପ ଭାରତର ଏ ଅଞ୍ଚଳରେ ବିରଳ । ୧୮୭୨ ମସିହାରେ ପ୍ରକୃତିବିତ୍ ଫର୍ଡିନାଣ୍ଡ ଷ୍ଟଲିକଜକା ଉକ୍ତ ଅଞ୍ଚଳରେ ଏକ ସ୍ୟାଣ୍ଡ ସ୍ନେକ୍ ଚିହ୍ନଟ କରିଥିଲେ । ଗୁଜରାଟ ସମେତ ରାଜସ୍ଥାନରେ ଏହି ପ୍ରଜାତି ଚିହ୍ନଟ ହୋଇଛି ।
୧୮୭୨ ମସିହାରୁ ଏଠାରେ ଏହି ପ୍ରଜାତି ରେକର୍ଡ ହୋଇନଥିଲା । ନିୟମିତ ଜଙ୍ଗଲ ଗସ୍ତ ସମୟରେ ଜଙ୍ଗଲ ଅଧିକାରୀ ଏକ ବିରଳ ଆଫ୍ରୋ-ଏସିଆନ୍ ସ୍ୟାଣ୍ଡ ସ୍ନେକ୍ ଠାବ କରିଛନ୍ତି । ଆଫ୍ରୋ-ଏସିଆନ୍ ସ୍ୟାଣ୍ଡ ସ୍ନେକ୍ ସ୍କୋକାରି ସ୍ୟାଣ୍ଡ ରେସର୍ ନାମରେ ମଧ୍ୟ ପରିଚିତ । ଚଳିତ ବର୍ଷ ସେପ୍ଟେମ୍ବର ୬ରେ କାଲା ଡୁଙ୍ଗର ନିକଟରେ ଏହାର ଫଟୋ ଉଠାଯାଇଥିଲା, ଯାହା ଦୀର୍ଘ ୧୫୦ ବର୍ଷରୁ ଉଦ୍ଧ୍ୱର୍ ଅବଧି ପରେ ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର ରୂପେ ବିଶେଷଜ୍ଞଙ୍କ ଧ୍ୟାନ ଆକର୍ଷଣ କରିଛି ।
ଏହି ବିରଳ ସାପଟିକୁ ଦେଖିଥିବା ବନ ବିଭାଗ ଅଧିକାରୀ ହେଉଛନ୍ତି ଜୟେଶ ଡୁମଡିଆ, ବୟସ 32 ବର୍ଷ। ସେ ଗୁଜରାଟ ବନ ବିଭାଗର ଭୁଜ ଉତ୍ତର ରେଞ୍ଜର ରେଞ୍ଜ ଫରେଷ୍ଟ ଅଧିକାରୀ। ଅଧିକାରୀଙ୍କ ଅନୁଯାୟୀ, ତାଙ୍କ ଗାଡ଼ି ଭିତରକୁ ପଶି ଆସିଥିବା ଅନ୍ୟ ଏକ ସାପକୁ ଧରିବାକୁ ଚେଷ୍ଟା କରୁଥିବା ସମୟରେ ସେ ଏହି ବିରଳ ସାପଟିକୁ ଦେଖିଥିଲେ।
Powered by Froala Editor