ଧନ୍ ତେରସ୍ ପୂର୍ବରୁ କମିଲା ସୁନା ଦର
ଦୀପାବଳିର ଠିକ୍ ପୂର୍ବରୁ ସୁନା ଦରରେ ଦ୍ରୁତ ହ୍ରାସ ଦେଖିବାକୁ ମିଳିଛି । ଚଳିତ ସପ୍ତାହରେ ଅନ୍ତର୍ଜାତୀୟ ବଜାରରେ ସୁନା ଦର ପାଖାପାଖି ୪% ଖସିଛି । ଏହି ୪ ମାସରେ ସୁନାର ଏହା ସର୍ବବୃହତ୍ ହ୍ରାସ । ଅଶୋଧିତ ତୈଳ ଦରରେ ବୃଦ୍ଧି, ଦରଦାମ ଚିନ୍ତା ଏବଂ କଡ଼ା ମୁଦ୍ରାନୀତି ଆଶଙ୍କା ଯୋଗୁ ସୁନା ଆଉନ୍ସ ପିଛା ୪,୦୦୦ ଡଲାର ପର୍ଯ୍ୟନ୍ତ ଖସିଯାଇଛି ।
୨୪ ଓ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ୍ ପିଛା ୧୦୦ ଟଙ୍କା ବଢିଥିବା ବେଳେ ୧୮ କ୍ୟାରେଟ୍ ସୁନା ଦର ୮୦ ଟଙ୍କା ବଢିଛି। ଭୁବନେଶ୍ୱରରେ ୨୪ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧,୪୨,୫୮୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ୍ ପିଛା ୧,୩୦,୭୦୦ ଟଙ୍କା ରହିଛି। ସେହିପରି ୧୮ କ୍ୟାରେଟ୍ ସୁନା ୧,୦୬,୯୪୦ ଟଙ୍କା ହୋଇଛି।
ଭୁବନେଶ୍ୱରରେ ୧୦ ଗ୍ରାମ ପିଛା ୨୨ ଏବଂ ୨୪ କ୍ୟାରେଟ ସୁନା ଦର ଯଥାକ୍ରମେ ୧,୩୦,୭୦୦ ଟଙ୍କା ଏବଂ ୧,୪୨,୫୮୦ ଟଙ୍କାକୁ ଖସିଆସିଛି । ଅକ୍ଟୋବର ୨୦ରୁ ଦର ପାଖାପାଖି ୫,୦୦୦ ଟଙ୍କା ଖସିଛି । ଖାଲି ସୁନା ନୁହେଁ, ରୁପା ଦର ବି ଖସୁଛି । କିଲୋଗ୍ରାମ ପିଛା ଏହା ବର୍ତ୍ତମାନ ୨,୨୦,୦୦୦ ଟଙ୍କାକୁ ଖସିଆସିଛି । ଗୋଟିଏ ସମୟରେ ଏହା ୪ ଲକ୍ଷ ଟଙ୍କା ଉପରେ ଥିଲା ।
ଚଳିତବର୍ଷ ଜାନୁଆରୀରେ ଏହା ୪,୨୦,୦୦୦ ଟଙ୍କାରେ କାରବାର କରୁଥିଲା । ସୁନା ଦର ଖସିବାର ଅନେକ କାରଣ ରହିଛି । ତେଲର ବର୍ଦ୍ଧିତ ଦର ସୁନା ପାଇଁ ବଡ଼ ବାଧକ ପାଲଟିଛି । ସାଉଦି ଆରବର ତୈଳ ଭିତ୍ତିଭୂମି ଉପରେ ହୂତୀ ବିଦ୍ରୋହୀଙ୍କ ହମ୍ଲା ପରେ ଶକ୍ତି ଯୋଗାଣରେ ହ୍ରାସ ଚିନ୍ତା ବଢ଼ିଯାଇଛି । ଫଳରେ ଅଶୋଧିତ ତୈଳ ଦର ୧୧୬ ଡଲାର ପାର କରିଛି ।
Powered by Froala Editor