ଆମୱେ ଇଣ୍ଡିଆ ବ୍ରହ୍ମପୁର ଓ ବାଲେଶ୍ୱରରେ ନବୀକୃତ ଓ ଉନ୍ନୀତ ଷ୍ଟୋରଗୁଡିକ ଖୋଲିଲା
ଭୁବନେଶ୍ୱର : ଭାରତରେ ନିଜର ବଜାର ଉପସ୍ଥିତି ଓ ବହୁ-ବର୍ଷୀୟ ଅଭିବୃଦ୍ଧି ରଣନୀତିକୁ ତ୍ୱରାନ୍ୱିତ କରି ସ୍ୱାସ୍ଥ୍ୟ ଓ ସୁସ୍ଥତାକୁ ସମର୍ଥନ କରୁଥିବା ଅନ୍ୟତମ ଅଗ୍ରଣୀ କମ୍ପାନୀ ଆମୱେ ଇଣ୍ଡିଆ ଦେଶର ପ୍ରମୁଖ ବଜାରଗୁଡିକରେ ତାହାର ଶାରୀରିକ ଉପସ୍ଥିତି ସମ୍ପ୍ରସାରଣ କରିବା ସମ୍ପର୍କରେ ଘୋଷଣା କରିଛି । ଆମୱେର ପ୍ରେସିଡେଣ୍ଟ ଓ ସିଇଓ, ମାଇକେଲ ନେଲ୍ସନ ଗୁରୁଗ୍ରାମକୁ ତାଙ୍କର ଆନୁଷ୍ଠାନିକ ଗସ୍ତ ଅବସରରେ ସେଠାରେ ଆମୱେର ନୂଆ ଷ୍ଟୋର ଉଦ୍ଘାଟନ କରିଛନ୍ତି । କମ୍ପାନୀର ଶାରୀରିକ ଉପସ୍ଥିତି ସମ୍ପ୍ରସାରଣ ସହିତ ବହୁଧା ପ୍ରୟାସଗୁଡିକରେ ଗତବର୍ଷ ମାଇକେଲଙ୍କ ପକ୍ଷରୁ ୧୦୦ କୋଟି ଟଙ୍କା ପୁଞ୍ଜିନିବେଶ ଘୋଷଣା କରାଯାଇଥିବାବେଳେ ତଦନୁଯାୟୀ ଏହି ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି । ଏହାର ଅଂଶ ଭାବରେ ଆମୱେ ଇଣ୍ଡିଆ ମଧ୍ୟ ବ୍ରହ୍ମପୁର ଓ ବାଲେଶ୍ୱରରେ ଥିବା ତାହାର ଷ୍ଟୋରଗୁଡିକର ନବୀକରଣ କରିଛି ଏବଂ ତାହାର ଉତ୍ପାଦ ବର୍ଗମାଳା ଓ ବ୍ରାଣ୍ଡ୍ ଅନୁଭୂତିକୁ ଗ୍ରାହକମାନଙ୍କର ନିକଟତର କରାଇଥିବାବେଳେ ଗ୍ରାହକମାନଙ୍କ ସହିତ ନିୟୋଜିତ ରହିବା ଏବଂ ସ୍ଥାନୀୟ ଗୋଷ୍ଠୀ ନିର୍ମାଣ ନିମନ୍ତେ ନିଜର ବିତରକମାନଙ୍କ ପାଇଁ ଏକ ଉତ୍ସର୍ଗୀକୃତ ପ୍ଲାଟଫର୍ମ (ମଞ୍ଚ) ସୃଷ୍ଟି କରିଛି ।
ଏହି ଅବସରରେ ପ୍ରକାଶ କରି ମାଇକେଲ ନେଲ୍ସନ, ପ୍ରେସିଡେଣ୍ଟ ଓ ସିଇଓ, ଆମୱେ କହିଥିଲେ, “ଆମୱେର ବୈଶ୍ୱିକ ଅଭିବୃଦ୍ଧି ଯାତ୍ରାରେ ଭାରତ କେନ୍ଦ୍ରସ୍ଥଳରେ ରହିଛି ଏବଂ ଭାରତୀୟ ଉପଭୋକ୍ତାଙ୍କର ଅଭ୍ୟୁତ୍ଥାନ ବିଶେଷ ଭାବରେ ଏହି ସୁଯୋଗକୁ ରୋମାଞ୍ଚକର କରି ଗଢିତୋଳୁଛି ।
ଗୁରୁଗ୍ରାମରେ ଏକ୍ସପେରିଏନ୍ସ ସେଣ୍ଟର୍ ଉଦ୍ଘାଟନ ଭାରତରେ ଆମୱେର ଅଭିବୃଦ୍ଧି ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହୋଇଛି, ଯାହା ବଜାର ଉପରେ କମ୍ପାନୀର ଦୀର୍ଘସୂତ୍ରୀ ଆସ୍ଥାଭାବ ଏବଂ ବିତରକମାନଙ୍କୁ ସେମାନଙ୍କ ବ୍ୟବସାୟ ନିର୍ମାଣ ଓ ଅଭିବୃଦ୍ଧି ହାସଲ ସକାଶେ ମଞ୍ଚ, ସାଧନ ଓ ଅନୁଭୂତି ଯୋଗାଇଦେବାର ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି । ସ୍ୱାସ୍ଥ୍ୟ ଓ ସୁସ୍ଥତା ସମାଧାନଗୁଡିକର ଚାହିଦା ଲଗାତର ବୃଦ୍ଧି ପାଉଥିବାବେଳେ ଆମୱେ ଔଦ୍ୟୋଗିକତାକୁ ସମର୍ଥନ କରିବା, ଗ୍ରାହକ ଅନୁଭୂତିକୁ ପରିବର୍ଦ୍ଧିତ କରିବା ଏବଂ ଅଧିକ ଲୋକ ଯେଭଳି ଉତ୍ତମ ଜୀବନ ଯାପନ କରିବେ ସେ ଦିଗରେ ସେମାନଙ୍କୁ ସହାୟତା କରିବାକୁ ଉତ୍ସର୍ଗୀକୃତ ରହିଛି ।”
ରଜନୀଶ ଚୋପ୍ରା, ମ୍ୟାନେଜିଂ ଡାଇରେକ୍ଟର, ଆମୱେ ଇଣ୍ଡିଆ କହିଥିଲେ, “ଭାରତରେ ଆମେ କିଭଳି ଆମ ଗ୍ରାହକ ଓ ବିତରକମାନଙ୍କର ଅନୁଭୂତିରେ ବୃଦ୍ଧି ଘଟାଉଛୁ, ସେଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଆମର ଶାରୀରିକ ଉପସ୍ଥିତି । ଏଗୁଡିକ ପାରମ୍ପରିକ ଷ୍ଟୋର ନୁହେଁ; ସେଗୁଡିକ ଗ୍ରାହକମାନଙ୍କୁ ଆମୱେ ସହିତ ଅଧିକ ପ୍ରତ୍ୟକ୍ଷ ଭାବରେ ସଂଯୁକ୍ତ ହେବା ନିମନ୍ତେ ନିୟୋଜନକାରୀ ହବ୍ (ସ୍ଥଳ) ଭାବରେ ଡିଜାଇନ କରାଯାଇଥିବାବେଳେ ତାହା ବିତରକମାନଙ୍କୁ ସେମାନଙ୍କ ଗ୍ରାହକଙ୍କ ସହିତ ନିୟୋଜିତ ରହିବା ଏବଂ ଗୋଷ୍ଠୀ ନିର୍ମାଣ ନିମନ୍ତେ ଏକ ମଜଭୁତ ମଞ୍ଚ ଯୋଗାଇ ଦେଉଛି । ଗତବର୍ଷ ଆମେ ନୂଆ ଷ୍ଟୋରସମୂହ ଏବଂ ପୂର୍ବରୁ ରହିଥିବା ଷ୍ଟୋରଗୁଡିକ ନବୀକରଣ କରି ଏହିଭଳି ନିୟୋଜନକାରୀ ହବ୍ରେ ପରିଣତ କରିବା ସମ୍ମିଶ୍ରଣ ଜରିଆରେ ଆମେ ସମସ୍ତ ସ୍ଥାନରେ ଆମର ଶାରୀରିକ ଉପସ୍ଥିତି ସୁଦୃଢ କରିଛୁ ଏବଂ ଆଗାମୀ ବର୍ଷଗୁଡିକରେ ସମଗ୍ର ଦେଶରେ ଆମର ଉପସ୍ଥିତି ସମ୍ପ୍ରସାରଣ କରିବାକୁ ଯୋଜନା କରିଛୁ । ଏହା ମଧ୍ୟ ଭାରତ ପ୍ରତି ଆମର ଦୀର୍ଘ-ସୂତ୍ରୀ ପ୍ରତିବଦ୍ଧତା ତଥା ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ଆମର ଅବଦାନ, ସୁସ୍ଥ ଗୋଷ୍ଠୀ ନିର୍ମାଣକୁ ସମର୍ଥନ କରିବା, ଅର୍ଥନୈତିକ ସଶକ୍ତିକରଣକୁ ସମର୍ଥ କରାଇବା ଏବଂ ବିଶ୍ୱ-ମାନର ଉତ୍ପାଦଗୁଡିକ ଅଧିକରୁ ଅଧିକ ସୁଲଭ୍ୟ କରାଇବା ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଅଟେ ।”
ଦେଶବ୍ୟାପୀ ଏହାର ସମ୍ପ୍ରତି ରହିଥିବା ୮୫ରୁ ଅଧିକ ଷ୍ଟୋର ସହିତ ଆମୱେ ଇଣ୍ଡିଆ ଚଳିତ ମାସଗୁଡିକରେ ତାହାର ରିଟେଲ ରୂପାନ୍ତରଣକୁ ସୁଦୃଢ କରିଛି । କମ୍ପାନୀ ଅନ୍ୟାନ୍ୟ ସହରଗୁଡିକ ମଧ୍ୟରେ ପୁନେ, କୋଲକାତା, ସିଲିଗୁଡି, ଇମ୍ଫାଲ, ଭାଗଲପୁର, ଆନନ୍ଦ, ଅହମଦାବାଦ, ବୋଙ୍ଗାଇଗାଓଁ, ଆଗ୍ରା ଓ ନାନ୍ଦେଦ ଆଦି ପ୍ରମୁଖ ବଜାରରେ ୧୪ଟି ନବୀକୃତ ଷ୍ଟୋର ଖୋଲିସାରିଛି ଏବଂ ସମସ୍ତ ମେଟ୍ରୋ, ଟିୟର-୨ ଓ ଟିୟର-୩ ବଜାରଗୁଡିକରେ ଏକ ସମତୁଲ ସମ୍ପ୍ରସାରଣ ସମ୍ପର୍କରେ ଉଲ୍ଲେଖ କରିଛି । ଆଗକୁ କମ୍ପାନୀ ପବର୍ତ୍ତୀ ୩-୪ ବର୍ଷ ମଧ୍ୟରେ ଅଧିକରୁ ଅଧିକ ଷ୍ଟୋର ଖୋଲିବା ଅଥବା ରହିଥିବା ଷ୍ଟୋରଗୁଡିକ ନବୀକରଣ କରିବା ସମ୍ପର୍କରେ ଉଲ୍ଲେଖ କରିଛି ।
Powered by Froala Editor