ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ଧ୍ୱଂସ୍ତ
ଆନନ୍ଦପୁର ବ୍ଲକ୍ କୋଳୀମାଟି ପଞ୍ଚାୟତ ବଣପାହାଡଘେରା ଏହି ଅଞ୍ଚଳଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର । କେନ୍ଦୁଝର ବନବିଭାଗ ଅଧୀନ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଦରଗଡିଶିଳାର ଶୋଭା ବେଶ ଆକର୍ଷଣୀୟ । ଏହାର ଗରିମାକୁ ବୃଦ୍ଧି କରିବା ନିମନ୍ତେ ବନ ବିଭାଗ ପକ୍ଷରୁ ଟୁରିଜିମ୍ ପ୍ଲାନ୍ ଆଧାରରେ ୬ ଗୋଟି କଟେଜର ବ୍ୟବସ୍ଥା କରାଯାଇଥିଲା । ଭାରତ ଟେଣ୍ଟ ମାନୁଫେକ୍ଚରରର୍ସ ନାମକ ରାଜସ୍ଥାନର କମ୍ପାନୀ ଏହି ନିର୍ମାଣ କାର୍ଯ୍ୟ ହାତକୁ ନେଇଥିଲା । ୭୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ୨୦୨୫-୨୬ ଆର୍ଥିକ ବର୍ଷରେ ଏହାର ନିର୍ମାଣ କାର୍ଯ୍ୟ ହୋଇଥିଲା ।
ହେଲେ ଚଳିତ ବର୍ଷ ବୈତରଣୀ ନଦୀରେ ଆସିଥିବା ୩ ଗୋଟି ବନ୍ୟାରେ ବନ ବିଭାଗର ଏହି ଟୁରିଜିମ୍ ପ୍ଲାନକୁ ଉଜାଡି ଦେଇଛି । ସମସ୍ତ କଟେଜ୍ ବନ୍ୟାଜଳରେ ଧ୍ୱଂସ୍ତ ବିଧ୍ୱଂସ୍ତ ହୋଇଛି । ଭିତ୍ତିଭୂମି ସୁଦୃଢ କରାଯିବା ସହିତ ଦୂରଦୃଷ୍ଟି ସମ୍ପର୍ଣ୍ଣ ନିର୍ମାଣର ରୂପରେଖ ଦିଆଯାଇଥିଲେ ଏହା ବନ୍ୟାଜଳର କୋପରୁ ବର୍ତ୍ତିପାରିଥାନ୍ତା ବୋଲି ମତ ପ୍ରକାଶ ପାଇଛି ।
କେନ୍ଦୁଝର ବନବିଭାଗ ଡିଏଫଓ ଧନରାଜ୍ ଏଚଡିଙ୍କ ସହିତ ଯୋଗାଯୋଗ କରିବାରେ ଖୁବଶୀଘ୍ର ନଷ୍ଟ ହୋଇଥିବା ଏହି ଟୁରିଜିମ୍ ପ୍ଲାନକୁ ପୁନରୁଦ୍ଧାର କରାଯିବ ବୋଲି କହିଛନ୍ତି । ତେବେ ନିର୍ମାଣ କାର୍ଯ୍ୟର ମାନକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏତେ ପରିମାଣର ବ୍ୟୟଅଟକଳରେ ହୋଇଥିବା ନିର୍ମାଣ କାର୍ଯ୍ୟ ବର୍ଷ କେଇଟା ନଯିବା ଅସନ୍ତୋଷର କାରଣ ପାଲଟିଛି ।
Powered by Froala Editor