ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...
କିଛି ଦିନ ପୂର୍ବରୁ ରାୟପୁରର ଏକ ସରକାରୀ କାର୍ଯ୍ୟକ୍ରମରେ ରାମ୍ପ ଓ୍ୱାକ୍ କରି ମହିଳା ନକ୍ସଲମାନେ ଚର୍ଚ୍ଚାକୁ ଆସିଥିଲେ। ସେମାନଙ୍କ ରାମ୍ପ ୱାକର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଫିଲ୍ମ ନିର୍ମାତାଙ୍କ ନଜର ସେମାନଙ୍କ ଉପରେ ପଡ଼ିଥିଲା। ଏବେ ବଲିଉଡରେ ନଜର ଆସିବେ ଛତିଶଗଡ଼ର ୯ ଆତ୍ମସମର୍ପଣକାରୀ ମହିଳା ନକ୍ସଲ। ନକ୍ସଲ ହିଂସାକୁ ଆଧାର କରି ନିର୍ମାଣ ହେବାକୁ ଥିବା ଏକ ଫିଲ୍ମରେ ସେମାନଙ୍କୁ ଅଭିନୟ କରିବାର ସୁଯୋଗ ମିଳିପାରେ। ଅଭିନୟ ପୂର୍ବରୁ ସେମାନଙ୍କର ଅଡିସନ୍ ନିଆଯିବ ଏବଂ ଚୟନ ହେଲେ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବ।
ନିର୍ମାଣ ହେବାକୁ ଥିବା ଫିଲ୍ମଟି ବସ୍ତର ଅଞ୍ଚଳରେ ୧୯୯୪ ମସିହାରେ ଘଟିଥିବା ସମ୍ବେଦନଶୀଳ ଘଟଣାକୁ ଆଧାର କରି କରାଯିବ। ଫିଲ୍ମର ଅଧିକାଂଶ ଶୁଟିଂ ବସ୍ତରର ଘଞ୍ଚ ଜଙ୍ଗଲରେ ଆସନ୍ତା ନଭେମ୍ବର ଓ ଡିସେମ୍ବର ମାସରେ ହେବାର ଯୋଜନା ରହିଛି। କାହାଣୀକୁ ବାସ୍ତବ ରୂପ ଦେବା ପାଇଁ ନକ୍ସଲବାଦର ପ୍ରଭାବ ଭୋଗିଥିବା ଏବଂ ପରେ ମୁଖ୍ୟଧାରାକୁ ଫେରିଥିବା ଏହି ୯ ଜଣ ମହିଳାଙ୍କୁ ଫିଲ୍ମରେ ସାମିଲ କରିବାକୁ ଯୋଜନା ହୋଇଛି।
Powered by Froala Editor