‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ ହେବେ ସ୍ମିତ୍
ଅହମଦାବାଦ: ଗୁଜରାଟ ସରକାର ଫ୍ଲାଏ ଦୁବାଇ ବିମାନର ସାହସୀ ଭାରତୀୟ ପାଇଲଟ୍ କ୍ୟାପଟେନ୍ ସ୍ମିତ୍ ମଚ୍ଛାରଙ୍କ ଅସାଧାରଣ ବୀରତ୍ୱ ପାଇଁ ତାଙ୍କୁ ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ବିଶିଷ୍ଟ ଗୁଜରାଟ ଗରିମା ପୁରସ୍କାର’ରେ ସମ୍ମାନିତ କରିବେ। ଏହାସହିତ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ୍ ସୋସିଆଲ ମିଡିଆ ‘ଏକ୍ସ’ରେ କ୍ୟାପଟେନ୍ ସ୍ମିତ୍ଙ୍କ ବୀରତ୍ୱକୁ ପ୍ରଶଂସା କରିଛନ୍ତି। ସ୍ମିତ୍ଙ୍କ ଆଶୁ ଆରୋଗ୍ୟ ଏବଂ ଦୀର୍ଘାୟୁ କାମନା କରି ଗୁଜରାଟର ପ୍ରସିଦ୍ଧ ସୋମନାଥ ମନ୍ଦିରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ‘ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ’ କରାଯାଇଛି।
Powered by Froala Editor