Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, October 04, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ...

  • ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ...

  • ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ...

  • ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ...

  • ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ...

  • ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ...

  • ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି ...

  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

  • ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

  • ନୟାପଲ୍ଲୀ ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ...

ରାଜ୍ୟ
Home ›› ରାଜ୍ୟ ››ବଦଳିବ କଟକର ପାର୍ବଣ କଟକଣା ନିଷ୍ପତ୍ତି !

ବଦଳିବ କଟକର ପାର୍ବଣ କଟକଣା ନିଷ୍ପତ୍ତି !

2021-09-07 03:13:11
15568
Share:
Facebook
Twitter
E-Mail
WhatsApp
Telegram
ବଦଳିବ କଟକର ପାର୍ବଣ କଟକଣା ନିଷ୍ପତ୍ତି !

ଭୁବନେଶ୍ବର : କଟକରେ ଦୁର୍ଗାପୂଜା ମୂର୍ତ୍ତି ବିବାଦ ଏବେ ଏକ ଭିନ୍ନ ଦିଗକୁ ମୁହାଁଇଛି । କଟକର ବିଭିନ୍ନ ସାମାଜିକ ସଙ୍ଗଠନ ଓ ପୂଜା କମିଟି କର୍ମକର୍ତ୍ତା ଏକାଠି ହୋଇ ୭ ଦିନ ଧରି ବର୍ଷ ଖରାକୁ ଖାତିର ନକରି ଦୁର୍ଗା ମା’ଙ୍କ ମୂର୍ତ୍ତିର ଆକୃତିକୁ ପୂର୍ବଭଳି ଅପରିବର୍ତ୍ତିତ ରଖିବାକୁ ଦାବି କରିଛନ୍ତି। ଏହି ପ୍ରସଙ୍ଗକୁ ନେଇ କଂଗ୍ରେସ୍‌ ବିଧାୟକ ଇଂ.ମହମ୍ମଦ ମୋକିମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସରକାରୀ ନିଷ୍ପତ୍ତି ପରିବର୍ତ୍ତନ ନହେଲେ ଆସନ୍ତା ୧୩ରେ କଟକ ବନ୍ଦ ଡ଼ାକରା ଦେଇଛି ବିଜେପି। କରୋନା କଟକଣା କୋହଳ ହୋଇଥିବାବେଳେ କଟକିଆଙ୍କ ଭାବାବେଗ ସହ ଏହି ପ୍ରସଙ୍ଗ ଜଡ଼ିତ ହୋଇଛି। ଏହାକୁ ଦୃଷ୍ଟିରେ ରଖି ଶାସକ ଦଳ ବିଜେଡି ମଧ୍ୟ ସମସ୍ୟା ସମ୍ବନ୍ଧରେ ସରକାରୀ ସ୍ତରରେ ଦୃଷ୍ଟି ଆକର୍ଷଣ କରିଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ କଟକ ମହାନଗର ପୂଜା କମିଟିର ସମ୍ପାଦକ ତଥା ପ୍ରାକ୍ତନ ବିଜେଡି ବିଧାୟକ ପ୍ରଭାତ ତ୍ରିପାଠୀ ଏହି ପ୍ରସଙ୍ଗରେ ସ୍ବତନ୍ତ୍ର ରିଲିଫି ଆୟୁକ୍ତ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ସୋମବାର କଟକର ୪୦ ସାମାଜିକ ସଙ୍ଗଠନ ପକ୍ଷରୁ ବକ୍ସିବଜାରଠାରେ ଚାଲିଥିବା ଆନ୍ଦୋଳନ ସ୍ଥଳରେ ବିଧାୟକ ସୌଭିକ ବିଶ୍ବାଳ ପହଞ୍ଚି ଆଲୋଚନା କରିଛନ୍ତି। ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ର‌େ‌କାଷ୍ଠରେ ବିଧାୟକ ଶ୍ରୀ ବିଶ୍ବାଳ ସୋମବାର ଲିଖିତ ଭାବେ ଜଣାଇବା ସହ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ଭେଟିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ ଏହି ପ୍ରସଙ୍ଗରେ ମଧ୍ୟ ପ୍ରଶାସନିକ ଓ ଦଳୀୟ ସ୍ତରରେ ଶୀର୍ଷ ନେତୃଙ୍କୁ ଫେରାଦ ହୋଇଥିବା ଜଣାପଡ଼ିଛି।
ଶାସକ ଦଳର କୌଣସି ନେତା ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନଥିଲେ ମଧ୍ୟ ଦଳୀୟ ସ୍ତରରେ ଏନେଇ ମାନସ ମନ୍ଥନ ଚାଲିଛି। ପ୍ରଶାସନିକ ସ୍ତରରେ ଏନେଇ ପ୍ରାରମ୍ଭିକ ପର୍ଯ୍ୟାୟରେ ଆଲୋଚନା କରାଯାଉଛି। ସାମାଜିକ ସଙ୍ଗଠନ କଟକର ମୂର୍ତ୍ତିର ଉଚ୍ଚତା ଅପରିବର୍ତ୍ତିତ ରଖିବା ସହ ମଣ୍ଡପରୁ ପରଦା ହଟାଇବାକୁ ଦାବି କରିଛନ୍ତି। ଆଗକୁ ପୌର ନିର୍ବାଚନ ଥିବାରୁ ଶାସକ ଦଳ ଏହାକୁ ଗମ୍ଭୀରତାର ସହ ନେଇଛି। ବିଜେପି ଓ କଂଗ୍ରେସ୍‌ ଏହି ଜନ ଆନ୍ଦୋଳନରେ ସାମିଲ ହେଉଥିବାବେଳେ ବିଳମ୍ବରେ ଶାସକ ଦଳ ଏଭଳି ପଦକ୍ଷେପ ନେଇଥିବା ଚର୍ଚ୍ଚା ହୋଇଛି।
୧୩ରେ ବିଜେପି ବନ୍ଦ ଡ଼ାକରା ଦେଇଥିବାବେଳେ ତା ପୂର୍ବରୁ ନିଷ୍ପତ୍ତିରେ ପରିବର୍ତ୍ତନ କରିବାକୁ ପ୍ରଶାସନିକ ସ୍ତରରେ ଆପାତତଃ ସ୍ଥିର ହୋଇଛି। ତେବେ ଏନେଇ କୌଣସି ଘୋଷଣା ହୋଇ ନଥିବାବେଳେ କେହି ମୁହଁ ଖୋଲୁନାହାନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜଧାନୀରେ ଏହି ପ୍ରସଙ୍ଗରେ ବିଜେଡିର ଶୀର୍ଷ ନେତୃକୁ ନେଇ ଏକାଧିକ ବୈଠକ ହୋଇଛି। ଏ ବାବଦରେ ପ୍ରଶାସକଙ୍କୁ ମଧ୍ୟ ଜଣାଯାଇଛି। ଚଳିତ ସପ୍ତାହରେ କଟକଣା କୋହଳ ସମ୍ବନ୍ଧରେ ଘୋଷଣା ହେବାର ସମ୍ଭାବନା ରହିଥିବା ଜଣାପଡ଼ିଛି।

Powered by Froala Editor

Tags Durga puja

Related articles Odisha News Lens 4.1

  • ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ...
    ଦେଶ-ଦେଶାନ୍ତର

    ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ...

    14078
    Oct 04, 2026
  • ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ, ଏହା କହିଲେ ...
    ଦେଶ-ଦେଶାନ୍ତର

    ମମତା ବାନାର୍ଜୀଙ୍କ ଗୋଡ ଭାଙ୍ଗିବା ଘଟଣାକୁ ନେଇ ରାଜନୀତି ଆରମ୍ଭ, ଏହା କହିଲେ ...

    13332
    Oct 04, 2026
  • ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି କରି ହତ୍ୟା
    ଦେଶ-ଦେଶାନ୍ତର

    ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି କରି ହତ୍ୟା

    13491
    Oct 04, 2026
  • ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ
    ଦେଶ-ଦେଶାନ୍ତର

    ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ

    13598
    Oct 04, 2026
  • ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଲେ ୟୁଏଇର ଉପ ...
    ଦେଶ-ଦେଶାନ୍ତର

    ପାଇଲଟ୍ କ୍ୟାପଟେନ୍ ସ୍ମିଥ ମଚ୍ଛାରଙ୍କୁ ଡାକ୍ତରଖାନାରେ ଭେଟିଲେ ୟୁଏଇର ଉପ ...

    15296
    Oct 04, 2026
  • ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ  ନିଖୋଜ
    ଦେଶ-ଦେଶାନ୍ତର

    ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ ନିଖୋଜ

    14684
    Oct 04, 2026
  • ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ଧ୍ୱଂସ୍ତ
    ଜିଲ୍ଲା ପରିକ୍ରମା

    ବନ୍ୟା ମାଡ଼ରେ ଦରଗଡିଶିଳା ପର୍ଯ୍ୟଟନ ଧ୍ୱଂସ୍ତ

    15029
    Oct 04, 2026
  •  କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ
    ବାଣିଜ୍ୟ

    କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14083
    Oct 04, 2026
  • ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...
    ଦେଶ-ଦେଶାନ୍ତର

    ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

    14563
    Oct 03, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ଇନଫ୍ଲ୍ୟଏନ୍ସର ମ୍ୟାଡ଼ ସନ୍ଧୁଙ୍କୁ ଗୁଳି କରି ହତ୍ୟା

    13491
    Oct 04, 2026
  • ଦେଶ-ଦେଶାନ୍ତର

    ଆଟଲାଣ୍ଟିକ ମହାସାଗର ଉପରୁ ଏୟାର ଆମ୍ୱୁଲାନ୍ସ ନିଖୋଜ

    14684
    Oct 04, 2026
  • ଦେଶ-ଦେଶାନ୍ତର

    ନକ୍ସଲରୁ ରାମ୍ପ ଓ୍ୱାକ୍ , ଏବେ ବଲିଉଡରେ...

    14563
    Oct 03, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17149
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17841
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17804
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18216
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    15423
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    14095
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15834
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15401
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14774
    Sep 18, 2026

ବାଣିଜ୍ୟ

କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

ପ୍ରାକୃତିକ ତେଲ ତ୍ବଚା ଏବଂ ବାଳ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ତେଲ,ବାଦାମ ତେଲ,ଅଲିଭ ତେଲର ଫାଇଦା ବିଷୟରେ ତ ଆପଣ ଜାଣିଥିବେ କିନ୍ତୁ ଆପଣ କ’ଣ କେବେ ଅଣ୍ଡା ତେଲ ଟ୍ରାଇ କରିଛନ୍ତି? ଆସନ୍ତୁ ଜାଣିବା ଅଣ୍ଡା ତେଲ କିପରି ଭାବରେ ଆମ ବାଳ ପାଇଁ ଲାଭଦାୟକ ହୋଇଥାଏ।

ଅଣ୍ଡା ତେଲ ଅଣ୍ଡାର କେଶର ...

  • ପାର୍ବଣରେ ସୁନା ପରିବର୍ତ୍ତେ ରୁପାରେ ଆଗ୍ରହ

    13758
    Oct 03, 2026
  • ବେଦାନ୍ତ ଆଲୁମିନିୟମ ରାୟଗଡ଼ା ଏବଂ କଳାହାଣ୍ଡିର ଗ୍ରାମାଞ୍ଚଳ ବିଦ୍ୟାଳୟରେ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛି

    15385
    Oct 01, 2026
  • ଭାରତରେ ‘Apple Pay’ ପ୍ରବେଶ

    15049
    Sep 30, 2026
  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14399
    Sep 28, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଂଲାଦେଶରେ ଦୁର୍ଗାପୂଜା ପୂର୍ବରୁ ମା’ ଦୁର୍ଗାଙ୍କ ପ୍ରତିମା ଭାଙ୍ଗିଦେଲେ

    13598
    Oct 04, 2026
  • ସ୍ମିତଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ

    14078
    Oct 04, 2026
  • କେଶ ପାଇଁ ବ୍ୟବହାର କରନ୍ତୁ ଅଣ୍ଡା ତେଲ

    14083
    Oct 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In