ରାଜ୍ୟରେ କରୋନା ନେଲା ୭ ଜୀବନ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତ ହ୍ରସ ପାଉଥିବା ବେଳେ ମୃତୁ୍ୟ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ସେପଟେ କରୋନା ବିରୋଧରେ ଲଢେଇ ପାଇଁ ସାରା ରାଜ୍ୟରେ ଟିକାକରଣ ପ୍ରକ୍ରିୟା ଜାରି ରହିଛି । ଏହାରି ଭିତରେ କିଛି ଦିନ ହେବ ରାଜ୍ୟରେ କରୋନାଜନିତ ମୃତୁ୍ୟ ସଂଖ୍ୟା ଏକ ଅଙ୍କ ବିଶିଷ୍ଟ ରହୁଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଅନୁଗୁଳ ଓ ବାଲେଶ୍ୱରରୁ ୨ ଜଣ ଲେଖାଏଁ ରହିଥିବା ବେଳେ ଭଦ୍ରକ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮୦୪୭କୁ ବୃଦ୍ଧି ପାଇଛି । ଗତକାଲି ଇକ୍ମୋ ଚିକିସôାରେ ଥିବା ଅଭିଷେକଙ୍କ ମୃତୁ୍ୟରେ ସାରା ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ଚିକିସôା ପାଇଁ ଏୟାର ଲିଫ୍ଟଙ୍ଗ୍ ମାଧ୍ୟମରେ କଲିକତା ପଠା ଯାଇଥିଲା । ଏହା ସହିତ ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୦୫ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୬୭ଜଣ ଓ ସ୍ଥାନୀୟ ସଂକ୍ରମଣ ୩୩୮ ରହିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୮ ବର୍ଷରୁ କମ ବୟସର ୧୩୧ ଜଣ ପିଲା ରହିଛନ୍ତି ବୋଲି ସୂଚନା ମିଳିଛି ।
Powered by Froala Editor