ଜଗୁଆଳିଙ୍କ ଚାଂଚଲ୍ୟକର ବୟାନ : ରାତିରେ ସୌମ୍ୟଙ୍କ ଘରକୁ ଯାଇଥିଲେ ଡିଏଫଓ

ଭୁବନେଶ୍ୱର: ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ପ୍ରସଙ୍ଗକୁ ନେଇ ତଦନ୍ତ ଜୋର ଧରିଥିବାବେଳେ ରାତ୍ର ଜଗୁଆଳି ଚାଂଚଲ୍ୟକର ତଥ୍ୟ ପ୍ରଦାନ କରିଛନ୍ତି । ସୌମ୍ୟଙ୍କ ପତ୍ନୀଙ୍କ ସହ ଡିଏଫଓଙ୍କର ସମ୍ପର୍କକୁ ନେଇ ଅଭିଯୋଗ ହେଉଥିବାବେଳେ ଜଗୁଆଳିଙ୍କ ବୟାନକୁ ନେଇ ଚର୍ଚ୍ଚା ଜୋରଧରିଛି । ଦିନେ ରାତି ୧୨ଟାରୁ ସାଢେ଼ ୧୨ଟା ମଧ୍ୟରେ ଡିଏଫଓ ସୌମ୍ୟଙ୍କ ଘରକୁ ଯାଇଥିବାର ସେ ଦେଖିଛନ୍ତି ବୋଲି ଜଗୁଆଳୀ ମନ୍ତବ୍ୟ ଦେଇଛନ୍ତି ।
ଏହି ମାମଲାର ଏବେ କ୍ରାଇମବ୍ରାଂଚ ତଦନ୍ତ କରୁଛନ୍ତି । ଇତିମଧ୍ୟରେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଅନେକ ବାର ଜେରା କରାଯାଇସାରିଛି । ସେହିପରି ସିକ୍ୟୁରିଟ ଗାଡର଼୍, ଜନୈକା ମହିଳା ପୁଲିସ ଓ ଡିଏଫଓଙ୍କୁ ବି ଜେରା କରାଯାଇଛି । କିନ୍ତୁ ଏଯାବତ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ ଫିଟିପାରିନାହିଁ । ସେ ଦୁର୍ଘଟଣାବଶତଃ ଜଳି ଯାଇଥିଲେ ନା ଏହା ପଛରେ କୌଣସି ଷଡ଼ଯନ୍ତ୍ର ରହିଥିଲା ସେନେଇ ଠୋସ ଭାବେ କୌଣସି ସୂଚନା ମିଳିନାହିଁଁ । ତେବେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିବାଦ ଥିବା ସ୍ପଷ୍ଟ ହୋଇଯାଇଛି । ସୌମ୍ୟ ଓ ତାଙ୍କ ପତ୍ନୀଙ୍କ ଡାଏରୀରୁ ଏହା ସ୍ପଷ୍ଟ ହୋଇସାରିଛି । କିନ୍ତୁ ତାଙ୍କର ମୃତ୍ୟୁ ପଛରେ ବିଦ୍ୟାଙ୍କ ଭୂମିକାକୁ ନେଇ ଅନେକ ସନ୍ଦେହ କରୁଥିଲେବି ଏଯାବତ ସେନେଇ ପୁଲିସକୁ ସୁରାକ ମିଳିପାରିନାହିଁ । ଅପରପକ୍ଷରେ ସୌମ୍ୟଙ୍କ ପରିବାର ଲୋକେ ତାଙ୍କ ପୁଅର ମୃତ୍ୟୁ ପଛରେ ଡିଏଫଓ ଏବଂ ବିଦ୍ୟାଭାରତୀର ହାତ ଥିବା ନେଇ ସଂଗୀନ ଅଭିଯୋଗ ବାଢ଼ିଛନ୍ତି । ଏହାକୁ ନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ତଦନ୍ତ ଜାରି ରଖିଛନ୍ତି ।
Powered by Froala Editor