ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ କମୁଥିବା ବେଳେ ମୃତୁ୍ୟ ସଂଖ୍ୟାରେ ମଧ୍ୟ ହ୍ରାସ ପରିଲକ୍ଷିତ ହେଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ୨ଜଣ ଓ କଟକ, ବାଲେଶ୍ୱର ଓ ଢେଙ୍କାନାଳରୁ ଜଣେ ଲେଖାଏଁ କରୋନାରେ ପ୍ରାଣ ହରାଇଛନ୍ତି । ସେହିପରି କେନ୍ଦ୍ରାପଡା ଓ ପୁରୀରୁ ଜଣେ ଲେଖାଏଁ ଲୋକଙ୍କ ମୁଣ୍ଡ ନେଇଛି କରୋନା । ମୃତକଙ୍କ ମଧ୍ୟରୁ ବାଲେଶ୍ୱରର ଜଣେ ୬ମାସ ଶିଶୁ କନ୍ୟା ରହିଥିବା ଜଣା ପଡିଛି ଯାହା ଚିନ୍ତାର କାରଣ ପାଲଟିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୮ ହଜାର ୩୫କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୪୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୯୫ଜଣ ଓ ସ୍ଥାନୀୟ ସଂକ୍ରମଣ ୩୫୪ ରହିଛି ।
Powered by Froala Editor