ବୈତରଣୀରେ ବୁଡିଗଲେ ଦୁଇ ଭାଇ ଭଉଣୀ ।

ବୈତରଣୀରେ ବୁଡିଗଲେ ଦୁଇ ଭାଇ ଭଉଣୀ ।
ଦଶରଥପୁର: ନଦୀରେ ବୁଡିଗଲେ ଭାଈ ଓ ଭଉଣୀ । ଏହି ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଜୟନ୍ତରା ରେ । ଜୟନ୍ତରା ନିକଟରେ ବୈତରଣୀ ନଦୀରେ ବୁଡ଼ିଯାଇ ଭାଇ ଭଉଣୀଙ୍କ ମୃତୁ୍ୟ ହୋଇଛି । ମୃତ ଭାଇଭଉଣୀ ହେଲେ ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ସୋହଡ଼ା ଗ୍ରାମର ମନ୍ମଥ ଦାସଙ୍କ ଝିଅ ବର୍ଷା ପି୍ରୟଦର୍ଶିନୀ (୧୦) ଓ ପୁଅ ଜ୍ଞାନ ରଞ୍ଜନ (୫) । ପୂର୍ବାହ୍ନ ପ୍ରାୟ ୧୧ଟା ଦୁହେଁ ଘରୁ ବାହାରି ଜୟନ୍ତରାରେ ଥିବା ନିଜ ପିଉସୀଙ୍କ ଘରକୁ ବୁଲିବାକୁ ଆସିଥିଲେ । ନଦୀ ଭିତରେ ନିର୍ମାଣାଧୀନ ପୋଲ ନିକଟରେ ହୋଇଥିବା ଅସ୍ଥାୟୀ ରାସ୍ତା ଦେଇ ଭାଇଭଉଣୀ ଯାଉଥିଲେ । କୌଣସି କାରଣବଶତଃ ରାସ୍ତା ତଳ ନଦୀଗର୍ଭକୁ ଦୁହେଁ ଖସିପଡ଼ିଥିଲେ । ଦୁହେଁ ପାଣିରେ ବୁଡ଼ିଯାଇଥିଲେ ହେଁ ଏ ବିଷୟରେ କେହି ଜାଣିପାରିନଥିଲେ । ଦୀର୍ଘ ୪ ଘଣ୍ଟା ପରେ ଅପରାହ୍ନ ପ୍ରାୟ ୩ଟାରେ ସେହି ରାସ୍ତା ଦେଇ ଯାଉଥିବା କିଛି ସ୍ଥାନୀୟ ଲୋକ ନଦୀରେ ଏହି ଦୁଇ ଶିଶୁଙ୍କ ମୃତଦେହ ଭାସୁଥିବାର ଦେଖିବାକୁ ପାଇଥିଲେ । ଉଭୟଙ୍କୁ ନଦୀରୁ ଉଦ୍ଧାର କରିଥିଲେ ହେଲେ ସେତେବେଳକୁ ସେମାନଙ୍କର ମୃତୁ୍ୟ ହୋଇସାରିଥିଲା ।