ନୃଶଂସ ହତ୍ୟାକାଣ୍ଡ: ଯୁବକଙ୍କ ବେକ କାଟି ହତ୍ୟା
ବ୍ରହ୍ମପୁର: ପାର୍ବଣ ପୂର୍ବରୁ ରକ୍ତରଞ୍ଜିତ ହେଲା ବ୍ରହ୍ମପୁର ସହର। ଉପକଣ୍ଠ ନିମଖଣ୍ଡି ଅଞ୍ଚଳରେ ଘଟିଛି ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଦୁର୍ଦ୍ଦାନ୍ତ ଟୁନା ନାୟକଙ୍କ ବେକ କାଟି ହତ୍ୟା କରାଯାଇଛି। ଘଟଣାରେ ତାଙ୍କ ବନ୍ଧୁ ବିଟୁ ସାହୁଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।
ସୂଚନା ଅନୁଯାୟୀ, ଶନିବାର ଟୁନା ନାୟକ ଓ ବିଟୁ ସାହୁ ଏକାଠି ମଦ୍ୟପାନ କରିଥିଲେ। ଏହି ସମୟରେ କୌଣସି ଏକ କାରଣକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଟୁନା ବିଟୁଙ୍କୁ ମାଡ଼ ମାରିଥିବା ଜଣାପଡ଼ିଛି। ଏଥିରେ ଉତ୍ତ୍ୟକ୍ତ ହୋଇ ବିଟୁ ନିଜ ବାଇକରୁ ଛୁରୀ ଆଣି ଟୁନାଙ୍କ ବେକରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଆହତ ହୋଇ ଟୁନାଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।
ଖବର ପାଇ ନିମଖଣ୍ଡି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବିଟୁ ସାହୁଙ୍କୁ ଅଟକ ରଖି ପୁଲିସ ଅଧିକ ପଚରାଉଚରା କରୁଛି।
Powered by Froala Editor