Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Wednesday, September 30, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ୫୨୬ କିଲୋଗ୍ରାମ ହେରୋଇନ ଓ ...

  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ...

  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ ...

  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ...

  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ...

  • ଭାରତରେ ‘Apple Pay’ ପ୍ରବେଶ

  • ଟପ୍-୧୦ ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ...

  • ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ...

  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ ...

ରାଜ୍ୟ
Home ›› ରାଜ୍ୟ ››ଛାତ୍ରଛାତ୍ରୀଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଛାତ୍ରଛାତ୍ରୀଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

2026-09-05 12:37:49
14642
Share:
Facebook
Twitter
E-Mail
WhatsApp
Telegram
ଛାତ୍ରଛାତ୍ରୀଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସୋସିଆଲ ମିଡିଆରେ ଅଧିକ ସମୟ ନଷ୍ଟ ନକରିବାକୁ, ଅପପ୍ରଚାରର ବଶବର୍ତ୍ତୀ ନହୋଇ ଏକମନ ଓ ଏକପ୍ରାଣ ହୋଇ ପାଠ ପଢ଼ିବାକୁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗୁରୁ ଦିବସ ଅବସରରେ ଛାତ୍ରଛାତ୍ରୀଙ୍କୁ ବୁଝାଇ ପରାମର୍ଶ ଦେଇଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁ ଦିବସ ସମାରୋହରେ ଯୋଗଦେଇ ପିଲାମାନଙ୍କ ସହିତ ବାର୍ତ୍ତାଳାପ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର କ୍ୟାରିୟର ଗଢିବା ଉପରେ ଫୋକସ୍ କରିବାକୁ ପରାମର୍ଶ ଦେଇ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଛାତ୍ର ଭାବରେ ତୁମ ମାନଙ୍କର ପ୍ରଥମ ଦାୟିତ୍ୱ ହେଉଛି ଭଲ ପାଠ ପଢି ଦକ୍ଷତା ହାସଲ କରିବ ଏବଂ ନିଜର ଓ ଦେଶର ବିକାଶରେ ଯୋଗଦାନ ରଖିବ। ଏହା ହେଉଛି ଆମ ଶିକ୍ଷା ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ।  ସେହିପରି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ଉପରେ ଆଲୋକପାତ କରି ଏହା ଆଜିର ସମୟରେ ଅଧିକ ବନ୍ଧୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା ସହିତ ପିତାମାତା ଓ ଗୁରୁଜନଙ୍କ ଆଶୀର୍ବାଦ ନେଇ ସଫଳତାର ଶୀର୍ଷରେ ପହଞ୍ଚିବାକୁ ପରାମର୍ଶ ଦେଇଛନ୍ତି।
ଶିକ୍ଷା କେବଳ ଜ୍ଞାନ ପ୍ରଦାନ ନୁହେଁ; ଶିକ୍ଷା ହେଉଛି ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା ଏବଂ ଆମର ଶିକ୍ଷକମାନେ ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି। ଗୁରୁ ଓ ଶିଷ୍ୟ ମଧ୍ୟରେ ଥିବା ପବିତ୍ର ସମ୍ପର୍କର ମହାତ୍ମ୍ୟ ପିଲାମାନଙ୍କୁ ବୁଝାଇବା ସହ ଭାରତର ପୂର୍ବତନ ରାଷ୍ଟ୍ରପତି ଡଃ ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ପୂଣ୍ୟ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅତୁଳନୀୟ। ପ୍ରଭୁ ଶ୍ରୀରାମ, ଶ୍ରୀକୃଷ୍ଣଙ୍କଠାରୁ ଆରମ୍ଭ କରି ଚନ୍ଦ୍ରଗୁପ୍ତ ମୌର୍ଯ୍ୟ ଓ ସ୍ୱାମୀ ବିବେକାନନ୍ଦଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ ଗଠନରେ ଗୁରୁଙ୍କ ଭୂମିକା ନିର୍ଣ୍ଣାୟକ ଥିଲା। ଆଜିର ଯୁଗରେ ମଧ୍ୟ 'ମିଜାଇଲ ମ୍ୟାନ୍' ଡଃ ଏ.ପି.ଜେ. ଅବ୍‌ଦୁଲ କାଲାମଙ୍କ ଭଳି ମହାନ ବ୍ୟକ୍ତିତ୍ୱ ଦେଶର ସର୍ବୋଚ୍ଚ ପଦବୀରେ ଥାଇ ମଧ୍ୟ ନିଜକୁ ପ୍ରଥମେ ଜଣେ ଶିକ୍ଷକ ଭାବେ ପରିଚୟ ଦେବାକୁ ପରମ ଗୌରବ ମନେକରୁଥିଲେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।
ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସରକାରଙ୍କ ସଂକଳ୍ପ ସମ୍ପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ 'କେଜି ରୁ ପିଜି' ନିଃଶୁଳ୍କ ଶିକ୍ଷା ଯୋଜନାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ସାରା ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ସାର୍ବଜନୀନ ନିଃଶୁଳ୍କ କରିଛି।

ଏତଦ୍‌ବ୍ୟତୀତ ୧୨,୦୦୦ କୋଟି ଟଙ୍କା ବ୍ୟୟରେ ୨,୨୦୦ଟି ବିଶ୍ୱସ୍ତରୀୟ 'ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ' ନିର୍ମାଣ କରାଯାଉଛି ଏବଂ ପ୍ରାକ୍-ବିଦ୍ୟାଳୟ ପିଲାଙ୍କ ପାଇଁ ୪୫,୦୦୦ ଶିଶୁ ବାଟିକା ଖୋଲାଯାଇଛି। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଓ ପାଠ୍ୟପୁସ୍ତକ ଯୋଗାଣ, ଆଦିବାସୀ ପିଲାଙ୍କ ପାଇଁ 'ଶହିଦ୍ ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା' ଏବଂ ଆଗାମୀ ୩ ବର୍ଷ ମଧ୍ୟରେ ୪୫,୦୦୦ ଶିକ୍ଷକ ପଦବୀ ପୂରଣ ନେଇ ସରକାରୀ ପ୍ରତିଶ୍ରୁତିବଦ୍ଧତାକୁ ସେ ଦୋହରାଇଛନ୍ତି। ଏହି ଅବସରରେ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ନିଷ୍ଠାପର ସେବା ପ୍ରଦାନ କରିଥିବା ଶ୍ରୀ ଅଶୋକ କୁମାର ଶତପଥୀ, ଶ୍ରୀମତୀ କୁମୁଦିନୀ ଜୀ, ଶ୍ରୀମତୀ ଶକୁନ୍ତଳା ମହାନ୍ତି, ଶ୍ରୀ ଦୈତାରୀ ସାହୁ ଏବଂ ଶ୍ରୀମତୀ ଜୟନ୍ତୀ ମାଝୀଙ୍କୁ  ମୁଖ୍ୟମନ୍ତ୍ରୀ ପୁରସ୍କୃତ ଓ ସମ୍ବର୍ଦ୍ଧିତ କରିଛନ୍ତି। ବିଦ୍ୟାଳୟର ଗୌରବମୟ ପରମ୍ପରାକୁ ଆଗକୁ ନେବାରେ ଏହି ଆଦର୍ଶ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କର ପ୍ରମୁଖ ଭୂମିକା ରହିଛି ବୋଲି  ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ।

ଏହି ଅବସରରେ ମାହାଙ୍ଗା ବିଧାୟକ ସାରଦା ପ୍ରସାଦ ପ୍ରଧାନ, କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠୀ; ଚୌଦ୍ବାର-କଟକ ବିଧାୟକ ଶ୍ରୀ ସୌଭିକ ବିଶ୍ବାଳ; ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ , ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଡକ୍ଟର ଏନ୍. ତିରୁମାଲା ନାୟକ; କଟକ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ  ଶିନ୍ଦେ, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ଶ୍ରୀକାନ୍ତ ତରାଇ, ସେକେଣ୍ଡାରୀ ବୋର୍ଡ ସ୍କୁଲର ପ୍ରଧାନଶିକ୍ଷକ ଅଶୋକ କୁମାର ଶତପଥୀ, ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Powered by Froala Editor

Tags Teachers day

Related articles Odisha News Lens 4.1

  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ
    ଦେଶ-ଦେଶାନ୍ତର

    ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    14855
    Sep 30, 2026
  • କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ
    ଦେଶ-ଦେଶାନ୍ତର

    କଳହ ପରେ ଆଖିବୁଜା ଫାୟାରିଂ, ୪ ଯବାନ ମୃତ

    14771
    Sep 30, 2026
  • ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର
    ଦେଶ-ଦେଶାନ୍ତର

    ଶୀତଦିନିଆ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କଟକଣା ଘୋଷଣା କଲେ ସରକାର

    14434
    Sep 29, 2026
  • ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ଜାଣନ୍ତୁ କେଉଁଠି ?
    ଦେଶ-ଦେଶାନ୍ତର

    ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ଜାଣନ୍ତୁ କେଉଁଠି ?

    15539
    Sep 30, 2026
  • ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି
    ଦେଶ-ଦେଶାନ୍ତର

    ରୋଗ ସହ ଯୁଝୁଛନ୍ତି ପୂର୍ବତନ କ୍ରିକେଟର୍‌ ବିନୋଦ କାମ୍ବଲି

    14267
    Sep 30, 2026
  • ଭାରତରେ  ‘Apple Pay’ ପ୍ରବେଶ
    ବାଣିଜ୍ୟ

    ଭାରତରେ ‘Apple Pay’ ପ୍ରବେଶ

    14428
    Sep 30, 2026
  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା
    ଅପରାଧ

    ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା

    15152
    Sep 30, 2026
  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ
    ଦେଶ-ଦେଶାନ୍ତର

    ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    14814
    Sep 30, 2026
  • ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’
    ଜିଲ୍ଲା ପରିକ୍ରମା

    ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14605
    Sep 30, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଜିଲ୍ଲା ପରିକ୍ରମା

    ଅଭାବ ନା ମାନସିକ ବିକୃତ: ୭ ବର୍ଷ ପୁଅକୁ କାମୁଡ଼ି କ୍ଷତାକ୍ତ କରୁଛି ମା’

    14605
    Sep 30, 2026
  • ଅପରାଧ

    ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା

    15152
    Sep 30, 2026
  • ଦେଶ-ଦେଶାନ୍ତର

    ପୂରା ଗାଁ ବିକ୍ରି ପାଇଁ ଲାଗିଲା ପୋଷ୍ଟର, ଜାଣନ୍ତୁ କେଉଁଠି ?

    15539
    Sep 30, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17137
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17827
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17793
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18207
    Sep 06, 2023

ବିଶେଷ

  • ଏମିତି ଘରକୁ ରଖନ୍ତୁ ଥଣ୍ଡା.....

    14972
    Sep 29, 2026
  • ବାରମ୍ବାର ରୋଗ ଗ୍ରସ୍ତ ହେଉଥିଲେ କରନ୍ତୁ ଏହି ଉପାୟ.......

    13987
    Sep 27, 2026
  • ଘରୁ ବାହାରକୁ ଗଲେ କାର୍ଯ୍ୟରେ ସଫଳତା ପ୍ରାପ୍ତି ପାଇଁ କରନ୍ତୁ ଏହି ଉପାୟ, ମିଳିବ ସଫଳତା

    15727
    Sep 23, 2026
  • ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଦ୍ୱାରା ହୋଇଥାଏ ଏହି ଅସୁବିଧା

    15293
    Sep 21, 2026
  • ଅଫିସ ବ୍ୟାଗ୍ ରଖନ୍ତୁ ଏହି ସ୍ଥାନରେ

    14668
    Sep 18, 2026

ବାଣିଜ୍ୟ

ଭାରତରେ ‘Apple Pay’ ପ୍ରବେଶ

ପ୍ରାୟ ୧୨ ବର୍ଷର ଦୀର୍ଘ ଅପେକ୍ଷା ପରେ ଭାରତୀୟ ବଜାରରେ ‘ଆପଲ୍ ପେ’ ପ୍ରବେଶ କରିଛି । ଏହି ସେବା ଆସିବା ପରେ ଏବେ ଦେଶର ଆଇଫୋନ୍, ଆଇପ୍ୟାଡ୍ ଏବଂ ଆପଲ୍ ୱାଚ୍ ୟୁଜର୍ସମାନେ ଅତି ସହଜରେ ଡିଜିଟାଲ୍ ପେମେଣ୍ଟ କରିପାରିବେ । ବର୍ତ୍ତମାନ ପାଇଁ ଏହା କେବଳ ଏକ୍ସିସ୍ ବ୍ୟାଙ୍କର ଭିସା ଏବଂ ମାଷ୍ଟରକାର୍ଡ କ୍ରେଡିଟ୍ ...

  • ଏଣିକି ୩୦ ଦିନର ରିଚାର୍ଜ ପ୍ଲାନ୍

    14226
    Sep 28, 2026
  • ଆକ୍ସନ ଟେସା ଜାତୀୟ ବଢେଇ ଦିବସ ପାଳନ କଲା, ବଢେଇମାନଙ୍କ ନିମନ୍ତେ ବୃହତ୍‌ କଲ୍ୟାଣକାରୀ କାର୍ଯ୍ୟକ୍ରମ ଘୋଷଣା କଲା

    14335
    Sep 26, 2026
  • ବେଦାନ୍ତ ଆଲୁମିନିୟମର ଦକ୍ଷତା ବିକାଶ ପଦକ୍ଷେପ କାଳାହାଣ୍ଡିର ୧୦୦୦ ରୁ ଅଧିକ ଯୁବକଯୁବତୀଙ୍କ ଦକ୍ଷତା ବୃଦ୍ଧି ସହିତ ଜୀବିକା ନିର୍ବାହରେ ସହାୟକ ହୋଇଛି

    15945
    Sep 23, 2026
  • ଆଇଆଇଏ ଓଡ଼ିଶା ଚାପ୍ଟରର ନୂଆ ଏକଜିକ୍ୟୁଟିଭ କମିଟି ୨୦୨୬-୨୮ ନିମନ୍ତେ ଦାୟିତ୍ଵ ଗ୍ରହଣ କଲେ

    14434
    Sep 17, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଭୀଷଣ ଗୁଳିବିନିମୟ, ଏନକାଉଣ୍ଟରରେ ଲସ୍କର ଆତଙ୍କୀ ହାଶିମ ମୂସା ନିହତ

    14814
    Sep 30, 2026
  • ମହିଳାଙ୍କ ଗଳା କାଟି ୯ ଖଣ୍ଡ କରି କେନାଲକୁ ଫିଙ୍ଗିଲା

    15152
    Sep 30, 2026
  • ୫୨୬ କିଲୋଗ୍ରାମ ହେରୋଇନ ଓ ମେଥାମ୍ଫେଟାମାଇନ୍‌ ଜବତ, ୫ ପାକିସ୍ତାନୀ ଗିରଫ

    14855
    Sep 30, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In