ଏନଟିପିସି ୟୁନିଟ୍ -୧ ବଙ୍କର-ବିରେ ଭୟଙ୍କର ବିସ୍ଫୋରଣ: ୫ ଗୁରୁତର
ଅନୁଗୁଳ : ଅନୁଗୁଳ ଜିଲା କଣିହାଁ ବ୍ଲକ ଏନଟିପିସି ତାପଜ ବିଦ୍ୟୁତ ଉତ୍ପାଦନ କେନ୍ଦ୍ରର ୟୁନିଟ୍ -୧ ବଙ୍କର-ବିରେ ଭୟଙ୍କର ବିସ୍ଫୋରଣ ଘଟିଛି। ବିଳମ୍ବିତ ରାତିରେ ହୋଇଥିବା ଏହି ବିସ୍ଫୋରଣରେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୫ ଜଣଙ୍କ ମଧ୍ୟରୁ ୨ ଜଣ ଏନଟିପିସି ଓ ୩ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି। ଖବର ପାଇ ଉଚ୍ଚ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।
Powered by Froala Editor