Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Tuesday, September 08, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ...

  • ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ...

  • ମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ...

  • ବିମାନ ଲ୍ୟାଣ୍ଡିଂ ବେଳେ ...

  • ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା

  • ରାତିରେ ମେସେଜ ପାଇ ସକାଳୁ ପହଞ୍ଚିଗଲେ ...

  • ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ...

  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ...

  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ...

  • ୭୩ତମ ମିସ୍ ୱାର୍ଲଡ ବିଜେତା ହେଲେ ଜୋହେରୀ ...

ରାଜ୍ୟ
Home ›› ରାଜ୍ୟ ››ବ୍ରହ୍ମପୁର ଗିରିରୋଡ ସଂଘଟିତ ବର୍ବରତା ଘଟଣା: ପୁଲିସ କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର ଗିରିରୋଡ ସଂଘଟିତ ବର୍ବରତା ଘଟଣା: ପୁଲିସ କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ

2026-05-20 05:59:35
14353
Share:
Facebook
Twitter
E-Mail
WhatsApp
Telegram
ବ୍ରହ୍ମପୁର ଗିରିରୋଡ ସଂଘଟିତ ବର୍ବରତା ଘଟଣା: ପୁଲିସ କାର୍ଯ୍ୟଦକ୍ଷତା ନେଇ ଉଠିଲା ପ୍ରଶ୍ନ

ବ୍ରହ୍ମପୁର : ୫୯ ନମ୍ବର ଜାତୀୟ ରାଜପଥର ବ୍ରହ୍ମପୁର ଗିରିରୋଡରେ ସୋମବାର ସନ୍ଧ୍ୟାରେ ସଂଘଟିତ ବର୍ବରତାକୁ ନେଇ ବ୍ରହ୍ମପୁର ପୁଲିସ ଚାପରେ ରହିଛି। ଏହି ପୁଲିସ ଜିଲାରେ ତିନିଦିନରେ ୨ଟି ବର୍ବରତା ଘଟଣା ପୁଲିସର କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନ ଉଠିଛି । ପୀତବାସ ପଣ୍ଡା ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଗିରଫ କରି ବାହାବା ନେଇଥିବା ବ୍ରହ୍ମପୁର ପୁଲିସ ବିଗତ କିଛିଦିନ ହେଲା ଏକାଧିକ ଅପରାଧିକ ଘଟଣାକୁ ନେଇ ଅଡୁଆରେ ପଡିଛି। ଗତକାଲି ସନ୍ଧ୍ୟାରେ ଗିରିରୋଡରେ କିଛି ଦୁର୍ବୃତ୍ତ ଠେଙ୍ଗା ଓ ବାଡିରେ ଜଣେ ଯୁବକ ଓ ତାଙ୍କର ଜଣେ ବାନ୍ଧବୀଙ୍କୁ ନିସ୍ତୁକ ମାଡ ଓ ଆକ୍ରମଣ ଘଟଣା ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇଦିନ ତଳେ ବ୍ରହ୍ମପୁର ପୁଲିସ ଓ ଏହାପରେ ସମ୍ବଲପୁର ପୁଲିସ ଜଣେ ଲେଖାଏଁ ଅପରାଧୀଙ୍କୁ ଏନକାଉଣ୍ଟର କରିଥିଲେ ମଧ୍ୟ ଦୁର୍ବୃତ୍ତମାନେ ବ୍ରହ୍ମପୁରରେ ବିଚ ରାସ୍ତାରେ ସର୍ବସମ୍ମୁଖରେ ଜଣେ ଯୁବକ ଓ ତାଙ୍କ ବାନ୍ଧବୀଙ୍କୁ ତଳେ ପକାଇ ନିସ୍ତୁକ ପ୍ରହାର କରିବା ସହରର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ପଦାରେ ପକାଇଛି । ଏହା ପୁଲିସ ପ୍ରତି ଅପରାଧୀଙ୍କ ଭୟ ଛାଡି ଯାଇଥିବା ଦର୍ଶାଉଛି। ‌

ଆକ୍ରମଣରେ ଗୁରୁତର ବିଜିପୁର ରଥ ସାହିର ଉମେଶ ନାମରେ ବ୍ରହ୍ମପୁର ଓ ଗଞ୍ଜାମର ବିଭିନ୍ନ ଥାନାରେ ୧୫ଟି ମାମଲା ରହିଥିବା ବେଳେ ଆକ୍ରମଣକାରୀଙ୍କ ନାମରେ ମଧ୍ୟ ଗଣ୍ଡାଗଣ୍ଡା ମାମଲା ରହିଛି। ୨ ମାସ ତଳେ ଘଟିଥିବା ଆକ୍ରମଣ ମାମଲାର ପ୍ରତିଶୋଧ ନେବାକୁ ଯାଇ ବିପକ୍ଷ ଗୋଷ୍ଠୀ ଉମେଶକୁ ଏଭଳି ଅମାନୁଷିକ ମାଡ ମାରିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଟାଉନ ଥାନାରେ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ ହୋଇଛି। ଉଭୟ ପକ୍ଷ ମଧ୍ୟରେ ରହିଥିବା ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୫ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କୁ ଖୁବଶୀଘ୍ର କାବୁ କରାଯିବ ବୋଲି ବ୍ରହ୍ମପୁର ଏସପି କହିଛନ୍ତି। ପ୍ରକାଶଥାଉକି, ୨ ମାସ ତଳେ ଆହତ ଉମେଶ ଓ ତାଙ୍କ ସହଯୋଗୀମାନେ ଓଲିଭ ରେଷ୍ଟୁରାଣ୍ଟ ଗଳିରେ ଜଣେ ପୁରୁଣା ଅପରାଧୀ ଓ ତାଙ୍କ ସହଯୋଗୀଙ୍କୁ ଆକ୍ରମଣ କରିଥିଲେ। ଏହି ମାମଲାରେ ପୁଲିସ ଉମେଶକୁ ଗିରଫ କରି ଅଦାଲତ ଚାଲାଣ କରିଥିଲା। ଗତକାଲି ଉମେଶ ଜାମିନରେ ମୁକୁଳିଥିଲେ। ଘରୁ ଯିବା ପରେ ସନ୍ଧ୍ୟାରେ ନିଜ ବାନ୍ଧବୀ ସହ ମିଶି ଗିରିରୋଡରେ ଥିବା ଫାଷ୍ଟଫୁଡ ଦୋକାନକୁ ଖାଇବାକୁ ସ୍କୁଟିରେ ଆସିଥିଲେ। ଏହା ଜାଣିବା ପରେ ପୂର୍ବ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଉମେଶଙ୍କ ବିପକ୍ଷ ଗୋଷ୍ଠୀର ୮ ରୁ ୧୦ ଜଣ ତାଙ୍କୁ ପିଛା କରି ଗିରିରୋଡରେ ପହଞ୍ଚିଥିଲେ। ଅଭିଯୁକ୍ତମାନେ ଉମେଶଙ୍କ ସ୍କୁଟିକୁ ଧକ୍କା ଦେବାରୁ ସେ ଓ ତାଙ୍କ ବାନ୍ଧବୀ ତଳେ ପଡିଯାଇଥିଲେ। ଏହାପରେ ୨ ଜଣ ଅଭିଯୁକ୍ତ ବାଡି ଓ ଠେଙ୍ଗାରେ ଉମେଶଙ୍କୁ ନିସ୍ତୁକ ପ୍ରହାର କରିଥିଲେ। ସେହି ସମୟରେ ଉମେଶଙ୍କ ବାନ୍ଧବୀ ବଞ୍ଚାଇବାକୁ ଚେଷ୍ଟା କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଅଭିଯୁକ୍ତଙ୍କ ଠେଙ୍ଗା ମାଡରେ ଉମେଶଙ୍କ ୨ ଗୋଡ ଓ ଗୋଟିଏ ଦାନ୍ତ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ତୁରନ୍ତ ଉଦ୍ଧାର କରି ଏମକେସିଜି ମେଡିକାଲକକୁ ପଠାଯାଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳ ଓ ଏମକେସିଜିରେ ପହଞ୍ଚି ତଦନ୍ତ କରିଥିଲା। ଉମେଶଙ୍କ ମାଆ ଅମୂଲ୍ୟ ରଥ ନିଜ ଅଭିଯୋଗରେ ପୁରୁଣା ଅପରାଧୀ ତଥା ସନ୍ଦୀପ ସାହୁ ଓରଫ ମୋଗଲୀ, ରାଜ ମାଲହୋତ୍ରା, ଆକାଶ ସାହୁ ତାଙ୍କ ଭାଇ ମୁକେଶ ସାହୁ ସମେତ ୫ ଜଣଙ୍କ ନାଁ ନେଇଥିବାରୁ ସେମାନଙ୍କ ନାମରେ ମାମଲା ରୁଜୁ ହୋଇଛି। 

Powered by Froala Editor

Tags Berhumpur case

Related articles Odisha News Lens 4.1

  •   ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ...
    ଦେଶ-ଦେଶାନ୍ତର

    ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ...

    14392
    Sep 07, 2026
  • ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
    ଦେଶ-ଦେଶାନ୍ତର

    ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    13622
    Sep 07, 2026
  • ରାତିରେ ମେସେଜ ପାଇ ସକାଳୁ ପହଞ୍ଚିଗଲେ ବାପା, ଖୁସିରେ ଝୁମିଲା ଝିଅ
    ଦେଶ-ଦେଶାନ୍ତର

    ରାତିରେ ମେସେଜ ପାଇ ସକାଳୁ ପହଞ୍ଚିଗଲେ ବାପା, ଖୁସିରେ ଝୁମିଲା ଝିଅ

    13578
    Sep 07, 2026
  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...
    ବାଣିଜ୍ୟ

    ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ...

    14909
    Sep 06, 2026
  • ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା
    ଦେଶ-ଦେଶାନ୍ତର

    ଧାରୁଆ ଅସ୍ତ୍ରରେ ନେତାଙ୍କୁ ହତ୍ୟା

    15455
    Sep 07, 2026
  • ମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ହେବ ବୈଠକ
    ଦେଶ-ଦେଶାନ୍ତର

    ମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ହେବ ବୈଠକ

    14173
    Sep 07, 2026
  • ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ, ୫ ମୃତ
    ଦେଶ-ଦେଶାନ୍ତର

    ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ, ୫ ମୃତ

    14033
    Sep 07, 2026
  • ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...
    ରାଜନୀତି

    ସାଧାରଣ କାର୍ଯ୍ୟକର୍ତ୍ତା ଭାବେ ସାଧାରଣ ଲୋକଙ୍କ ପାଇଁ ମନ ପ୍ରାଣ ଦେଇ କାର୍ଯ୍ୟ କରିବା: ...

    15713
    Sep 06, 2026
  • ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ମାମଲା: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ମାମଲା: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

    14562
    Sep 07, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବାଣିଜ୍ୟ

    ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    14909
    Sep 06, 2026
  • ଦେଶ-ଦେଶାନ୍ତର

    ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ନିଯୁକ୍ତି ମାମଲା: ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

    14562
    Sep 07, 2026
  • ଦେଶ-ଦେଶାନ୍ତର

    ବିମାନ ଲ୍ୟାଣ୍ଡିଂ ବେଳେ ଦୁର୍ଘଟଣାଗ୍ରସ୍ତ, ୫ ମୃତ

    14033
    Sep 07, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17081
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17745
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17749
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18153
    Sep 06, 2023

ବିଶେଷ

  • ମଧୁମେହ ରୋଗୀ କାକୁଡିକୁ ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କରିବା ନିହାତି ଦରକାର

    14405
    Sep 06, 2026
  • ଛାଡି ଦିଅନ୍ତୁ ଆଳୁ ଖାଇବା, ନିୟନ୍ତ୍ରଣ ହୋଇପାରିବ ଓଜନ

    13794
    Sep 03, 2026
  • କଞ୍ଚାକଦଳୀ ଖାଇବା ଶରୀର ପାଇଁ ଲାଭଦାୟକ, ଭରି ରହିଛି ଏହିସବୁ ଗୁଣ

    14600
    Aug 31, 2026
  • ଛାତି ଯନ୍ତ୍ରଣା ହୋଇଥାଏ ଏହିସବୁ ରୋଗର ଲକ୍ଷଣ

    14905
    Aug 30, 2026
  • ରାକ୍ଷୀ ବାନ୍ଧିବାର ଉଚିତ୍ ସମୟ ଜାଣନ୍ତୁ.....

    14856
    Aug 27, 2026

ବାଣିଜ୍ୟ

ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

ଭୁବନେଶ୍ୱର: ଦି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ କମ୍ପାନୀ ସେକ୍ରେଟାରିଜ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ଭୁବନେଶ୍ୱର, ଓଡ଼ିଶାରେ “ନେକ୍ସଟ୍‌ଜେନ ସିଏସ୍‌- କାଟାଲିଷ୍ଟ ଅଫ୍‌ ଗ୍ ...

  • ଓଡ଼ିଶା କ୍ରାଫ୍ଟ ଓଡ଼ିସି ଉନ୍ମୋଚନ କରିବ ଚାନ୍ଦୁଆ: କାନୋପିଜ୍‌ ଅଫ୍‌ ଲେବର, ଯେଉଁଥିରେ ଓଡ଼ିଶାର ଜୀବନ୍ତ ଚାନ୍ଦୁଆ ପରମ୍ପରାର ସବିଶେଷ ବିଷୟ ସ୍ଥାନ ପାଇଛି

    14981
    Sep 03, 2026
  • ଆମୱେ ଆୟୁର୍ବେଦ କ୍ଷେତ୍ରରେ ସମ୍ପ୍ରସାରଣ ସହିତ ବିକଶିତ ଭାରତ ଲକ୍ଷ୍ୟକୁ ସମର୍ଥନ କରୁଛି

    14075
    Sep 03, 2026
  • ସୁନା ଦରରେ ବଡ଼ ଧରଣର ହ୍ରାସ

    14598
    Sep 03, 2026
  • ଆପଲ୍‌ର ନୂଆ CEO ଜନ୍ ଟର୍ନସ୍

    15465
    Sep 03, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଆଇସିଏସ୍‌ଆଇର ୫୪ତମ କମ୍ପାନୀ ସେକ୍ରେଟାରିଜ୍‌ ଜାତୀୟ ସମ୍ମିଳନୀ ଭୁବନେଶ୍ୱରରେ ଉଦ୍‌ଘାଟିତ

    14909
    Sep 06, 2026
  • ନେପାଳ ବନ୍ୟା: ୧୩୮୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

    13622
    Sep 07, 2026
  • ସୁପ୍ରିମକୋର୍ଟରେ ପୁଣିଥରେ ଘୁଞ୍ଚିଲା ଡିଜିପି ନିଯୁକ୍ତି ସଂକ୍ରାନ୍ତ ମାମଲାର ଶୁଣାଣି

    14392
    Sep 07, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In